ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | December 11, 2018 IST

କେନ୍ଦ୍ରାପଡା୧୧|୧୨: ସନ୍ଦେହଜନକ ଭାବେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କୁମ୍ଭାରୁଣି ଗାଁ ନିକଟ ନାଳ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ବାରିପଦା ଅଞ୍ଚଳର ଦିବାକର ଦାସ । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକ ।

ସୂଚନା ଅନୁସାରେ ଦିବାକର ଦାସ ଦୀର୍ଘଦିନ ହେବ ବାରିପଦା ଅଂଚଳରୁ ଆସି ବିଭିନ୍ନ ସ୍ଥାନରେ ଲେଦ୍ ରେ କାମ କରୁଥିଲେ । ସେ ୨୦ବର୍ଷ ତଳେ ମହାକାଳପଡା ରାଜଗଡ ପଂଚାୟତର ମାନ୍ତିରି ଗାଁରେ ବିବାହ କରିଥିଲେ । ବିବାହ ପରେ କେନ୍ଦ୍ରାପଡା ଗୋପରେ ରହୁଥିଲେ । ଏବେ ୩ ରୁ ୪ ମାସ ହେବ କୁମ୍ଭାରୁଣୀ ଗାଁରେ ରହୁଥିଲେ । ଗତକାଲି ଘରେ ପରିବା ଦେଇକାମକୁ ଯାଇଥିଲେ ମାତ୍ର ରାତିରେ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତ ଦିବାକରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ମୃତ୍ୟୁ ନେଇ ଅଧିକ ତଦନ୍ତ ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.