ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ଥିଲେ ନିଖୋଜ

Published By : Prameya-News7 Bureau | July 09, 2019 IST

କାମାକ୍ଷାନଗର ୯|୭:  ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କନ୍ତିଓପୁଟସାହି ଗାଁର ପଙ୍କଜ ପରିଡା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତିଓପୁଟସାହି ଗାଁରେ ଅଘଟଣ ଘଟିଛି । ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ସେ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରନଥିଲେ । ଘରଲୋକ ବହୁ ଖୋଜାଖୋଜି ପରେ ତାଙ୍କୁ ପାଇନଥିଲେ । ଆଜି ସକାଳୁ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.