ଘାଟିରୁ ସନ୍ଦେହଜନକ ଅବସ୍ଥାରେ ଜଣଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | January 29, 2019 IST

ବାଲିଗୁଡା ୨୯|୧:   କନ୍ଧମାଳ ଜିଲ୍ଲା ବାଲିଗୁଡାଠାରେ ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଛି । ଇର୍ପିଗୁଡା ଗାଁର ରବି ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଗତକାଲି ସଂଧ୍ୟାରୁ ମୃତ ରବି ମଲ୍ଲିକ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ଆଜି ତରଗାବାଲି ଘାଟିରୁ ତାଙ୍କ ମୃତଦେହ ଠାବ କରିଥିଲେ ଗ୍ରାମବାସୀ । ଏ ନେଇ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀମାନେ ମୃତକଙ୍କ ପରିବରାକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଥାନା ଅଧିକାରୀ ଓ ମାଜିଷ୍ଟ୍ରେଟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.