ପୋଖରୀରୁ ଜଣଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | August 17, 2019 IST

ବ୍ରହ୍ମପୁର ୧୭|୮: ବ୍ରହ୍ମପୁର ଗେଟବଜାର ଗୋଲାପଲ୍ଲୀ ପୋଖରୀରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ସୁଶାନ୍ତ ନାୟକ । ତାଙ୍କ ଘର କେନାଲ ହୁଡା ସାହିର ବୋଲି ଜଣାପଡ଼ିଛି ।

{"id":145144}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଗେଟବଜାର ଗୋଲାପଲ୍ଲୀ ପୋଖରୀରେ ଜଣଙ୍କର ମୃତଦେହ ଭାସୁଥିବାର ଲୋକମାନେ ଦେଖିଥିଲେ । ଏ ନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ପୋଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀରୁ ମୃତଦେହ ଉଦ୍ଧାର କରିଛନ୍ତି ।

{"id":145145}

ତେବେ କେଉଁ ପରିସ୍ଥିତିରେ ଏବଂ କେମିତି ଯୁବକଙ୍କ ମୃତଦେହ ପୋଖରୀ ଭିତରେ ଭାସୁଥିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟ କରି ପୋଖରୀରେ ଫିଙ୍ଗି ଦେଇଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.