Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ୍ତାରୁ ମୃତଦେହ ଉଦ୍ଧାର ; ଦୁର୍ବୃତ୍ତ ହତ୍ୟା କରି ବସ୍ତାରେ ପୁରାଇ ଫୋପାଡି ଦେଇଥିବା ସନ୍ଦେହ

ନୂଆପଡା ୦୭|୧୨:  ନୂଆପଡା ଲଖନା ଥାନା ଚନାମୁଣ୍ଡା ଡ୍ୟାମ୍ ନିକଟରୁ ବସ୍ତା ଭିତରେ ମୃତଦେହଉଦ୍ଧାର ହୋଇଛି । ମୃତ ନୂଆପଡା ଥାନା ଖଇରାନି ଗାଁର ଟୁଲାରାମ ମାଝି । ମୃତଦେହ ଚିହ୍ନଟ କଲେ ପୁଅବିଘ୍ନେଶ୍ବର ମାଝି । ୨ମାସ ତଳେ ନୂଆପଡା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା ।

ନୂଆପଡା ଲଖନା ଥାନା ଚନାମୁଣ୍ଡା ଡ୍ୟାମ୍ ନିକଟରୁ ବସ୍ତାରେ ଅଜଣା ମୃତଦେହ ଉଦ୍ଧାର କରିଥିଲାପୋଲିସ । କେହି ଦୁର୍ବୃତ୍ତ ହତ୍ୟା କରି ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଶବଟି ପୁରା ସଢି ଯାଇଛି। ଫଳରେ ମୃତ୍ୟୁକୁ ପ୍ରାୟ ୧୦ ଦିନରୁ ଉର୍ଦ୍ଧ୍ବ ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନୂଆପଡା ଡିଏସପି, ଡଗ୍ ସ୍ବାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରୁଛନ୍ତି।

190 Views

   You May Also Like