Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଜମିବାଡି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ ; ୪ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ

27/01/2019 at 11:38 AM

ଉମରକୋଟ ୨୭|୧: ଭାଇକୁ ହତ୍ୟା କଲା ଭାଇ । ନବରଙ୍ଗପୁର ଝରିଗାଁ ଢେପଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜମି ବାଡି ବିବାଦରୁ ଝଗଡା ଆଉ ତାପରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚନ୍ଦନ ଜାନି । ଅଭିଯୁକ୍ତ ଭାଇ ଭୁବନ ଜାନି ନିଜ ଶଳା ସହ ମିଶି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଢେପଗୁଡା ଗାଁରେ ଜମି ଭାଗ ବଣ୍ଟାକୁ ନେଇ ଭାଇ ସହ ଝଗଡା ହେବା ପରେ ଭୂବନ ଜାନି ନାମକ ବ୍ୟକ୍ତି ନିଜ ସଳା ଜଗନ୍ନାଥ ସହିତ  ମିଶି ଭାଇ ଚନ୍ଦନ ଜାନିକୁ ହତ୍ୟା କରିଛି । ହତ୍ୟା କରିବା ପରେ ନିକଟରେ ଥିବା ବଡଟେମରା ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲେ । ଘଟଣା ଘଟିବାର ୪ ଦିନ ପରେ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ତାଙ୍କ ପତ୍ନୀ ମିଲତୀ ଜାନି ସ୍ବାମୀ ଚନ୍ଦନ ନିଖୋଜ ଥିବା ପୋଲିସରେ ଏତଲା ଦେଇଥିଲେ  । ତଦନ୍ତ ପରେ ହତ୍ୟା କରାଯାଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଦୁଇ ଭାଇଙ୍କ ମଧ୍ୟ ରେ ଜମି ବାଡି କୁ ନେଇ ଝଗଡା ହେଉଥିଲା ।

   Related Posts