ବସ୍ରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
31/05/2019 at 10:32 AM

ବଲାଙ୍ଗିର ୩୧|୫: ଘରୋଇ ବସ୍ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ବସ୍ଷ୍ଟାଣ୍ଡରୁ ବସ୍ରୁ ମିଳିଛି ମୃତଦେହ । ମୃତକ ହେଲେ ରବୀନ୍ଦ୍ର କୁମାର ସାମନ୍ତ । ତାଙ୍କ ଘର ବାଲେଶ୍ବର ହିଡିଗାଁରେ । ବାଲେଶ୍ବରରୁ ବଲାଙ୍ଗିର ଆସୁଥିଲେ ରବୀନ୍ଦ୍ର । ରବୀନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021