ସାନଭାଇ ଓ ଭାଇବୋହୂର ଟାଙ୍ଗିଆ ଚୋଟରେ ବଡଭାଇ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 25, 2019 IST

ତେଲକୋଇ ୨୫।୧୨: ଜମି ବାଡି ବିବାଦକୁ ନେଇ ସାନଭାଇ ଓ ଭାଇବୋହୂର ଟାଙ୍ଗିଆ ଚୋଟରେ ଦେଢଶୁର ଗୁରୁତର । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":202258,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଡଭାଇ ଶୁକଦେବ ଓ ପଦ୍ମଚରଣଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଥିଲା । କିଛି ମାସ ତଳେ ଶୁକଦେବ ସାନଭାଇ ପଦ୍ମଚରଣର ସ୍ତ୍ରୀଙ୍କୁ  ଗାଁ ଦାଣ୍ଡରେ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୋଲିସ ଚାପରେ ପଡି ଘଟଣା ଉପରେ ଗୁରୁତ୍ବ ନଦେଇ ଶୁକଦେବଙ୍କୁ ଛାଡିଦେଇଥିଲା । ଯାହାକୁ ନେଇ ପଦ୍ମଚରଣ ଭିତରେ ଭିତରେ ଅସନ୍ତୁଷ୍ଟ ଥିଲା ।

{"id":202259,"sizeSlug":"large"}

ଗତକାଲି ଦୁଇ ପରିବାର ମଧ୍ୟରେ ଝଗଡା ପରେ ଶୁକଦେବ ସ୍ତ୍ରୀଙ୍କ ସହ ଥାନାରୁ ଫେରୁଥିବାବେଳେ ସୁଯୋଗ ଅପେକ୍ଷାରେ ଥିବା ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ମିଶି ଶୁକଦେବଙ୍କୁ ଜଙ୍ଗଲ ଭିତରକୁ ଟାଣିନେଇ ଟାଙ୍ଗିଆରେ ହାଣି ପକାଇ ଛାଡି ପଳାଇଥିଲେ । ଜୀବନ ବିକଳରେ ଶୁକଦେବ ଗୁରୁଣ୍ଡି ଗୁରୁଣ୍ଡି ଘରେ ପହଞ୍ଚିବା ପରେ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ଛାନଭିନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.