ପ୍ରେମୀ ନମ୍ବର – ୧ : ପ୍ରେମିକର ଗିଫ୍ଟ ଦେଖି ଖୁସିରେ କାନ୍ଦିଲେ ପ୍ରେମିକା

Published By : Prameya-News7 Bureau | March 23, 2020 IST

ହାନୋଇ ୨୩/୩: ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କୁ ଖୁସି କରିବାକୁ ହେଲେ ତାଙ୍କୁ ଫୁଲ କିମ୍ବା ଉପହାର ଦେବା ତ ସାଧାରଣ କଥା,କିନ୍ତୁ ଭିୟେତନାମର ଜଣେ ଯୁବକ ଏହାଠାରୁ ବଳି ଯାଇଛନ୍ତି। ଏଥିପାଇଁ ହୁଏତ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଜୀବନ ସାରା ମନେ ରଖିବେ। ୨୨ବର୍ଷ ବୟସ୍କ ତ୍ରୃଓଙ୍ଗ୍ ଓ୍ବାନ୍ ଲ୍ୟାମ୍ ନିଜ ଗାର୍ଲଫ୍ରେଣ୍ଡଙ୍କ ପାଇଁ ପ୍ରେମ ପରିପ୍ରକାଶ କରି ତାଙ୍କ ଛବି ନିଜ ପିଠିରେ କରିଛନ୍ତି।

{"id":242774,"sizeSlug":"large"}

ପୋଟ୍ରେଟର ଟାଟୁ କରିବା ପାଇଁ ତ୍ରୃଓଙ୍ଗଙ୍କୁ ପାଖାପାଖି ୨୪ଘଣ୍ଟା ଲାଗିଥିଲା ଏବଂ ୩ଟି ଅଲଗା ଅଲଗା ସେସନରେ ଟାଟୁ ପ୍ରସ୍ତୁତ ହୋଇଥିଲା। ସର୍ବ ପ୍ରଥମେ ତ୍ରୃଓଙ୍ଗ୍ ଗତ ବର୍ଷ ନଭେମ୍ବରରେ ୮ଘଣ୍ଟା ଲଗାଇ ପୋଟ୍ରେଟ୍ କରିଥିଲେ। ଏହା ପରେ ଦ୍ବିତୀୟ ଏବଂ ତୃତୀୟ ସେସନ ୭ ଏବଂ ୯ଘଣ୍ଟା ଲାଗିଥିଲା ଯାହା ପରେ ତାଙ୍କ ପିଠିରେ ଗାର୍ଲଫ୍ରେଣ୍ଡ ଲୁଓଙ୍ଗ ଖା ତ୍ରାନଙ୍କ ଫଟୋର ଟାଟୁ ପ୍ରସ୍ତୁତ ହୋଇଥିଲା। ଲୁଓଙ୍ଗ ତାଙ୍କ ପିଠିରେ ନିଜ ଛବିର ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ ଭାବିନଥିଲେ ଯେ ତ୍ରୃଓଙ୍ଗ୍ ତାଙ୍କ ପୂରା ପିଠିରେ ତାଙ୍କ ଟାଟୁ କରିବେ। ଏହା ପୂର୍ବରୁ ମଧ୍ୟ ତ୍ରୃଓଙ୍ଗ୍ ତାଙ୍କ ଛାତିରେ ଲୁଓଙ୍ଗଙ୍କ ନାଁ ଏବଂ ଜନ୍ମତିଥିର ଟାଟୁ କରିଛନ୍ତି।

{"id":242775,"sizeSlug":"large"}

ତ୍ରୃଓଙ୍ଗଙ୍କ ଫଟୋ ଭିୟତନାମି ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। କେତେକ ଲୋକଙ୍କୁ ଏହି ଟାଟୁ ପସନ୍ଦ ଆସିଥିବାବେଳେ ଆଉ କେତେକ ଲୋକ ତ୍ରୃଓଙ୍ଗଙ୍କ ପରିହାସ କରୁଛନ୍ତି। ସେମାନେ କହୁଛନ୍ତି ଯେତେବେଳେ ତ୍ରୃଓଙ୍ଗଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ସହ ବ୍ରେକ ଅପ୍ କରିଦେବେ ସେତେବେଳେ ତାଙ୍କୁ ଏସବୁ ଯୋଗୁଁ ପଶ୍ଚାତାପ ଅନୁଭବ ହେବ କାରଣ ଏହା ପରମାନେଣ୍ଟ। କିନ୍ତୁ ଏଥିରେ ତ୍ରୃଓଙ୍ଗ୍ ପ୍ରତିକ୍ରିୟା ରଖିଛନ୍ତି ଯେ ତାଙ୍କୁ ଏହି ଟାଟୁ କରିଥିବା ଯୋଗୁଁ କୌଣସି ଧରଣର ପଶ୍ଚାତାପ ହେବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.