Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୨ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ ଗୁଗୁଲ ମ୍ୟାପ ସାହାର୍ଯ୍ୟରେ ଠାବ କଲେ ଯୁବକ, ଜାଣନ୍ତୁ କେମିତି…

15/09/2019 at 12:02 PM

ଫ୍ଲୋରିଡା ୧୫|୯: ଆମେରିକାର ଫ୍ଲୋରିଡା ସହରରେ ଏକ ଅଦଭୁତ ଘଚଣା ଘଟିଛି । ଜଣେ ଯୁବକ ଗୁଗୁଲ ମ୍ୟାପ ସାହାର୍ଯ୍ୟରେ ୨୨ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହି ଘଟଣା ଏବେ ଫ୍ଲୋରିଡାରେ ଚର୍ଚ୍ଚାରେ ବିଷୟ ହୋଇଛି ।

ସୂଚନା ମୁତାବକ ଏହି ଯୁବକ ଗୁଗୁଲ ମ୍ୟାପରେ ନିଜ ଘର ଆଖପାଖ ଅଞ୍ଚଳକୁ ଜୁମ୍‌ କରି ଦେଖିଥିଲେ । ଏହି ସମୟରେ ତାଙ୍କ ଘର ପଖରେ ଥିବା ପୋଖରୀରେ ଏକ କାର ପଡିଥିବା ଦେଖିବାକୁ ପାଇଥିଲେ । ଫଳରେ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଉଦ୍ଧାରକାରୀ ଦଳ ସହ ପହଞ୍ଚି କାରଟିକୁ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ହୋଇଥିବା କାର ଭିତରେ ଜଣେ ବ୍ୟକ୍ତିଙ୍କ କଂକାଳ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ଘଚଣା  ସମ୍ପର୍କରେ ଅଧିକ ତଦନ୍ତ କରିବା ପରେ ଜଣା ପଡିଥିଲା ଯେ, କଂକାଳଟି ହେଉଛି ୨୨ବର୍ଷ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କର ।  

କାର ଭିତରୁ ମିଳିଥିବା କଂକାଳଟି ୱିଲିୟମ ମୋଲ୍ଡଟ ନାମକ ଜଣେ ବ୍ୟକ୍ତିଙ୍କର । ୧୯୯୭ ମସିହା ନଭେମ୍ବର ମାସରେ ସେ ନିଖୋଜ ହୋଇଯାଇଥିଲେ । ସମ୍ଭବତଃ ତାଙ୍କ କାର ଦୁର୍ଘଚଣାଗ୍ରସ୍ତ ହୋଇ ଅତି ଗଭୀର ଏହି ପୋଖରୀ ଭିତରକୁ ଖସିପଡିଥିବ ବୋଲି ପୋଲିସ ଅନୁମାନ କରୁଛି ।

ଗୁଗୁଲ ମ୍ୟାପରେ କାରଟିକୁ ଦେଖିବା ପରେ ଏହି ଯୁବକ ପ୍ରଥମେ ସେ ରହୁଥିବା ଘରର ପୂର୍ବତନ ମାଲିକଙ୍କୁ ଫୋନ କରି ସୂଚନା ଦେଇଥିଲେ । ତେବେ ଏ ସମ୍ପର୍କରେ ସେ କିଛି ଜାଣିନଥିବା ପ୍ରକାଶ କରିବା ସହ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ଫଳରେ ଯୁବକ ପୋଲିସକୁ ସୂଚନା ଦେଇଥିଲେ । ଯୁବକଙ୍କ ସୂଚନା ଆଧାରରେ ୨୨ ବର୍ଷ ତଳେ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ହାସଲ ହୋଇପାରିଥିବାରୁ ଯୁବକଙ୍କୁ ପୋଲିସ ପ୍ରଶଂସା କରିଛି ।  

   Related Posts