ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ
14/01/2020 at 7:25 AM

ଗଜପତି ୧୪।୧: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଦଣ୍ଡ । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବ୍ୟକ୍ତିକୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଜରିମନା ଶୁଣାଇଛନ୍ତି । ଜରିମନା ପୈଠ ନକରିପାରିଲେ ୬ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବେ ଅଭିଯୁକ୍ତ । ଦୋଷୀ ଜଣକ ପାରଳାଖେମୁଣ୍ଡିର ନୂଆ କାମ୍ପସାହିର ବାରିକ ପ୍ରଧାନ ।

ଗତ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବାରିକ ପ୍ରଧାନ ତାଙ୍କ ପଡୋଶୀ ଘରର ୭ବର୍ଷର ନାବାଳିକାଙ୍କୁ ବିଭିନ୍ନ ସମୟରେ ନିଜ ଘରକୁ ଡାକି ଅଶ୍ଳୀଳ ବ୍ୟବହାର କରିବା ସହ ଦୁଷ୍କର୍ମ କରିବା ଉଦ୍ୟମ କରିଥିଲା । ଏ ନେଇ ପାରଳାଖେମୁଣ୍ଡି ଥାନାରେ ୨୦୧୯ ମସିହା ମାର୍ଚ୍ଚ ୧୧ତାରିଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରା କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଏହି କେଶର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।