ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତ ମହମ୍ମଦ ମୁସ୍ତାଫା ଦୋଷୀ ସାବ୍ୟସ୍ତ

Published By : Prameya-News7 Bureau | September 18, 2019 IST

କଟକ ୧୮।୯: ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଆସିଛି ରାୟ । ଅଭିଯୁକ୍ତ ମହମ୍ମଦ ମୁସ୍ତାଫା ଦୋଷୀ ସାବ୍ୟସ୍ତ । ଦଫା ୩୦୨, ୩୭୬, ପକ୍ସୋ ଆକ୍ଟ ୬ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଛି । ଆସନ୍ତାକାଲି ପକ୍ସୋ କୋର୍ଟ ମହମ୍ମଦ ମୁସ୍ତାଫାକୁ ଦଣ୍ଡାଦେଶ ଶୁଣାଇବେ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅପ୍ରେଲ୍ ୨୧ ତାରିଖରେ ଘଟିଥିଲା ଘଟଣା । ସାଲେପୁର ରାଇସୁଙ୍ଗୁଡା ଗାଁର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ସଂକଟାପନ୍ନ ଅବସ୍ଥାରେ ପୀଡିତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏସସିବିର ୧୩ ଜଣିଆ ଡାକ୍ତରୀ ଟିମ୍ ନାବାଳିକାଙ୍କ ଚିକିତ୍ସା କରିଥିଲେ । ୨୯ ଅପ୍ରେଲ ୨୦୧୮ ଅପରାହ୍ନ ୫ଟାରେ ଆଖି ବୁଜିଥିଲା ପୀଡିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.