Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପତ୍ନୀ ବୁଝାଇଲେ ହେଲେ ଶୁଣିଲେନି, ଫୋନରେ କଥାହୋଇ ଓଢଣୀରେ ଫାଶୀ ଲଗାଇ ଝୁଲିପଡିଲେ ଯୁବକ

9/09/2021 at 4:35 PM

ଡେରାଡୁନ ୦୯/୦୯ : ଉତ୍ତରାଖଣ୍ଡ ରୁଦ୍ରପୁରର ଟ୍ରାନଜିଟ କ୍ୟାମ୍ପ (ଗମନାଗମନ ଶିବିର)ରେ ମ୍ୟାଜିକ ଚାଳକ ନିଜ ପତ୍ନୀଙ୍କ ସହ କଥା ହେଲାବେଳେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିଚିତ ତାଙ୍କୁ ଜିଲ୍ଲା ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଆତ୍ମହତ୍ୟାର କାରଣ ଯାଞ୍ଚ କରୁଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ କାହା ସହ ତାଙ୍କର ଝଗଡା ହୋଇଥିବା କଥା ନିଜ ପତ୍ନୀଙ୍କୁ କହିଥିଲେ।

ବିଜେନ୍ଦ୍ର କୁମାର ସିଂହ (୩୪) ଫରିଦପୁର ଜିଲ୍ଲା ଚୋରିପୁର ଥାନା ଅନ୍ତର୍ଗତ ସିମରା ବାସନ୍ଦ ବରେଲୀ ସଂଜୟନଗର ଥାନା ଟ୍ରାନଜିଟ କ୍ୟାମ୍ପରେ ରହୁଥିଲେ। ସେ ରୁଦ୍ରପୁରରୁ ହଲ୍ଦୱାନି ମଧ୍ୟରେ ମ୍ୟାଜିକ ଚଲାଉଥିଲେ। ଦୁଇ ଦିନ ପୂର୍ବରୁ ପତ୍ନୀ ପିଙ୍କି ଓ ୩ ସନ୍ତାନଙ୍କୁ ଆଧାର କାର୍ଡ ତିଆରି କରିବାକୁ ନିଜ ଗାଁକୁ ପଠାଇ ଦେଇଥିଲେ। ସେବେଠାରୁ ସେ ଏକା ଥିଲେ।

ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ପତ୍ନୀକୁ ଫୋନ କରି ନିଜ ପିତାଙ୍କ ଯତ୍ନ ନେବାକୁ କହିଥିଲେ ଓ ପରିବାର ସଦସ୍ୟଙ୍କ ଯତ୍ନ ନେବାକୁ ମଧ୍ୟ କହିଥିଲେ। ପିଲାଙ୍କର ସ୍କୁଲରେ ଆଡ଼ମିସନ କରିବାକୁ ମଧ୍ୟ କହିଥିଲେ। ତାପରେ ସେ ନିଜ ପିୟୁଷିଙ୍କ ସହ କଥା ହୋଇଥିଲେ। ପତ୍ନୀଙ୍କୁ ସେ କହିଥିଲେ ଯେ ତାଙ୍କର କାହା ସହ ଝଗଡା ହୋଇଯାଇଛି। ପତ୍ନୀ ତାଙ୍କୁ ଫୋନରେ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେ ଶୁଣିନଥିଲେ ଓ କଥା ହୋଇ ହୋଇ ପତ୍ନୀଙ୍କ ଓଢଣୀରେ ଫାଶୀ ଲଗାଇ ଝୁଲି ପଡିଲେ।

ଫୋନ ତାଙ୍କ ଆବାଜ ନ ଆସିବାରୁ ପତ୍ନୀ ଟ୍ରାନଜିଟ କ୍ୟାମ୍ପ ଆଖପାଖରେ ରହୁଥିବା ପରିଚିତଙ୍କୁ ଫୋନ କରିଥିଲେ। ପାଖ ପଡୋଶୀ ଯାଇ ଦେଖିଲେ ବିଜେନ୍ଦ୍ର ପଙ୍ଖାରେ ଝୁଲୁଛି। ସେମାନେ କବାଟ ଭାଙ୍ଗି ତାଙ୍କୁ ଓହ୍ଲାଇଲେ ଓ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇ ମାମଲାର ତଦନ୍ତ କରୁଛି।

   Related Posts