Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଫେସ୍‌ବୁକ୍ ଲାଇଭ୍ କରି ଆତ୍ମହତ୍ୟା କଲେ ଦୁଇ ଶିଶୁର ବାପା : ସାଙ୍ଗମାନେ ଅଟକାଇଲେ କିନ୍ତୁ…

21/06/2020 at 11:24 AM

ମାହୋଲି ୨୧/୦୬ : ସୋସିଆଲ ମିଡ଼ିଆରେ ଫେସବୁକ ଲାଇଭ ଜରିଆରେ ଲୋକେ ନିଜ କଥା ଅନ୍ୟମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି | ଫେସବୁକ ଜରିଆରେ ଲୋକେ ନିଜ ମନ କଥା ମଧ୍ୟ କହିଥାନ୍ତି | ଏହିଭଳି ଏକ ଫେସବୁକ ଲାଇଭ ମାହୋଲି ନୟାଗାଓଁରେ ରହୁଥିବା ପ୍ରଦୀପ କୁମାର ମଧ୍ୟ କରିଛନ୍ତି | କିନ୍ତୁ ସେ ଫେସବୁକ ଲାଇଭ ସମୟରେ ନିଜ ବନ୍ଧୁମାନଙ୍କ ସମ୍ମୁଖରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ନୟାଗାଓଁ ଦସମେସ ନଗରରେ ରହୁଥିବା ୪୨ ବର୍ଷ ବୟସ୍କ ପ୍ରଦୀପ କୁମାର ଶୁକ୍ରବାର ସକାଳେ ଫେସବୁକରେ ଲାଇଭ ଆସିଥିଲେ | ଲାଇଭ ସମୟରେ ସେ ନିଜ ବେକରେ ଏକ ଓଢଣୀ ବାନ୍ଧି ରଖିଥିଲେ | ଓଢଣୀ ପଙ୍ଖାରେ ବନ୍ଧା ହେଇଥିଲା | ଏହାପରେ ସେ ଲାଇଭ ଭିଡିଓରେ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ସେ ଆତ୍ମହତ୍ୟା କରୁଛନ୍ତି | ପ୍ରଦୀପଙ୍କ ବନ୍ଧୁମାନେ ଏହି ସମୟରେ ତାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ଶୁଣିନଥିଲେ ଏବଂ ଲାଇଭ ସମୟରେ ହିଁ ଆତ୍ମହତ୍ୟା କରିଥିଲେ |

ପ୍ରଦୀପ ଆତ୍ମହତ୍ୟା ପାଇଁ ନିଜ ପତ୍ନୀ, ଦୁଇ ଶାଳୀ ଏବଂ ଶାଳୀମାନଙ୍କ ପତିଙ୍କୁ ଦାୟୀ ବୋଲି କହିଥିଲେ | ୧ ମିନିଟ ୪ ସେକେଣ୍ଡର ଲାଇଭ ଭିଡିଓରେ ପ୍ରଦୀପ କହିଥିଲେ ଯେ ତାଙ୍କ ପତ୍ନୀ ଓ ତାଙ୍କ ଶାଳୀମାନେ ତାଙ୍କ ଘର ବର୍ବାଦ କରିଦେଇଛନ୍ତି | ତାଙ୍କ ପାଖରେ ୫ ଲକ୍ଷ ଟଙ୍କା ଥିଲା | ସେମାନେ ତାଙ୍କ ଟଙ୍କା ମଧ୍ୟ ଚୋରି କରି ନେଇଛନ୍ତି | ପ୍ରଦୀପ କହିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀ ଓ ତାଙ୍କ ପରିବାର ଲୋକେ ଦାୟୀ | ପ୍ରଦୀପ ନିଜ ବନ୍ଧୁମାନଙ୍କୁ ନିଜର ଶେଷ ଇଛା ମଧ୍ୟ କହିଥିଲେ | ସେ ନିଜ ବନ୍ଧୁମାନଙ୍କୁ କହିଥିଲେ ଯେ ତାଙ୍କ ମା’ ଓ ନିଜ ପିଲାମାନଙ୍କୁ ତାଙ୍କର ଅମୃତସରରେ ଥିବା ଘରେ ପହଞ୍ଚାଇଦେବେ | ଏତିକି କହି ସେ ଆତ୍ମହତ୍ୟା କରିଥିଲେ | 

ଫେସବୁକ ଲାଇଭରେ ପ୍ରଦୀପ ନିଜ ଘରର କାହାଣୀ କହିଥିଲେ କିନ୍ତୁ ତାଙ୍କ ସାହାଯ୍ୟ ପାଇଁ କେହି ମଧ୍ୟ ତାଙ୍କ ଘରେ ପହଞ୍ଚି ନଥିଲେ | ଫେସବୁକ ସାଙ୍ଗମାନେ କେବଳ କମେଣ୍ଟ ହିଁ କରିଥିଲେ, ‘ଭାଇ ଏମିତି କରନି, ଏହା ଭୁଲ |’ କିନ୍ତୁ ଏହି ସମୟ ଭିତରେ କେହି ନା ପୋଲିସକୁ ଫୋନ କରି ଜଣାଇଥିଲେ ନା ଘରଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ |

୧୪ ବର୍ଷ ପୂର୍ବରୁ ପ୍ରଦୀପ ସୀମାଙ୍କୁ ବିବାହ କରିଥିଲେ | ଉଭୟ ପ୍ରେମ ବିବାହ କରିଥିଲେ | ତାଙ୍କର ଦୁଇ ଶିଶୁ | ଜଣେ ୧୨ ବର୍ଷ ବୟସର ଓ ଆଉ ଜଣେ ୯ ବର୍ଷ ବୟସର | ସୀମା କିଛି ଦିନ ପୂର୍ବରୁ ନିଜ ମା’ ଘରକୁ ଯାଇଥିଲେ | ଗୁରୁବାର ଦିନ ସେ ନିଜ ମା’ ଘରୁ ଫେରିଥିଲେ | ଶୁକ୍ରବାର ସକାଳେ ପ୍ରଦୀପ ଓ ସୀମାଙ୍କ ମଧ୍ୟରେ ଝଗଡା ହୋଇଥିଲା | ଏହାପରେ ସକାଳ ୯ଟା ସମୟରେ ସୀମା ନଗଦ ଟଙ୍କା ଓ ଗହଣା ନେଇ ଘରୁ ଚାଲି ଯାଇଥିଲେ | ସୀମା ଯିବାର ଅଧା ଘଣ୍ଟା ପରେ ପ୍ରଦୀପ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ନୟାଗାଓଁ ଏସଏଚଓ ଅଶୋକ କୁମାର କହିଛନ୍ତି ଯେ, ଭିଡିଓ ଓ ପ୍ରଦୀପଙ୍କ ମା ସତ୍ୟ ଦେବୀଙ୍କ ବୟାନ ଆଧାରରେ ସୀମାଙ୍କ ବିରୋଧରେ ଆଇପିସି ଧାରା ୩୦୬ ଜରିଆରେ ମାମଲା ରୁଜ୍ଜୁ କରାଯାଇଛି | 

   Related Posts