Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଚୋରା ମଦ ଚାଲାଣ ବେଳେ ଧରା ପଡି ଯୁବକଙ୍କ ଆତ୍ମହତ୍ୟା

15/04/2019 at 9:40 AM

କଳାହାଣ୍ଡି ୧୫/୪ : କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ସିଉନି ଗାଁ ପ୍ରଦୀପ ବହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଦାର ମାମଲାରେ ଚୋରା ମଦ ଚାଲଣ ଅତ୍ମହତ୍ୟାର କାରଣ ବୋଲି ଜଣାପଡିଛି । ଗତ ୯ ତାରିଖରେ ମୃତକଙ୍କ ମଟର ସାଇକେଲରେ ଚୋରା ମଦ ଚାଲଣ ବେଳେ ଧରାପଡିଥିଲା । ମୃତକ ପରିବାରଙ୍କ ଏତଲା ଅନୁଯାୟୀ ଭାଟି ପହେଲମାନ ଅନୀଲ ସିଂ ମଦ ଚାଲଣ କରୁଥିଲା । ଗିରଫ ଭୟରେ ଅତ୍ମହତ୍ୟା କରିଥିଲେ ପ୍ରଦୀପ ।


ଗତକାଲି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ସିଉନି ଗାଁ ପ୍ରଦୀପ ବହେରାଙ୍କ ଝୁଲନ୍ତା ମୃତଦେହ ନିଜ ଚାଷ ଜମିରୁ ଉଦ୍ଧାର ହୋଇଥିଲା । ଆମପାଣି ପୋଲିସ ଶବ ଜବତ କରି ଆଜି ଶବ ବ୍ୟବଚ୍ଚେଦ କରୁଥିବା ବେଳେ ଆତ୍ମହତ୍ୟା ପଛରେ ଚୋର ମଦ ଚାଲଣ ଓ ସ୍ଥାନୀୟ ଭାଟି ପହେଲମାନ ଅନୀଲ ସିଂଙ୍କ ଚାପ ଅଛି ବୋଲି ଅଭିଯୋଗ ହୋଇଛି । ଜୟପାଟଣା ଅବକାରୀ ବିଭାଗ ସୁଚନା ଅନୁଯାୟୀ ଗତ 9 ତାରିଖ ବରାଡୋଗଂ। ଠାରେ ଅବକାରୀ ବିଭାଗର ଚେକିଗଂ ବେଳେ ଭୟରେ ମଟର ସାଇକେଲ ଛାଡି ଚୋରା ମଦ ଚାଲଣକାରୀ ଫେରାର ହୋଇଯାଇଥିଲା ।

ଜବତ ମଟର ସାଇକେଲ ପ୍ରଦୀପ ବହେରାଙ୍କ ଜଣାଡିଛି । ଯେଉଥିରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏ ନେଇ ଆମପାଣି ଥାନାରେ ମାମଲା ରୁଜୁ ହୋଇଛି । ହେଲେ ପ୍ରଦୀପଙ୍କ ପରିବାର ଆମପାଣି ଥାନାରେ ଦେଇଥିବା ଏତଲାରେ ପ୍ରଦୀପଙ୍କ ମଟର ସାଇକେଲ ଭାଟି ପହେଲମାନ ଅନୀଲ ସିଂ ନେଇଥିଲା । ହେଲେ ପୋଲିସରେ ଧରାପଡିବା ପରେ ଥାନାରେ ବୁଝାସୁଝା କରି ଗାଡି ଛଡାଇ ନିଅ ବୋଲି କହିଥିଲା । ପୋଲିସ ମାମଲାରେ ଗିରଫ ଭୟରେ ଲୋକ ଲଜ୍ୟା ପାଇଁ ସ୍ବାମୀ ଆତ୍ମହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ।

   Related Posts