Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

୧୩ ପୃଷ୍ଠାର ସୁଇସାଇଡ୍ ନୋଟ୍ ଆତ୍ମହତ୍ୟା କଲେ ଯୁବକ: ପତ୍ନୀ ଓ ମହିଳା ଏଏସ୍ଆଇଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ଲେଖିଛନ୍ତି

2/10/2020 at 11:52 AM

କୈଥଲ ୦୨/୧୦ : ହରିୟାଣା ସିରତା ରୋଡ୍ ସ୍ଥିତ ମହାଦେବ କଲୋନୀରେ ୩୦ ବର୍ଷ ବୟସ୍କ ଯୁବକ ରମନ କଶ୍ୟପ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସକାଳୁ ତାଙ୍କ ଭଉଣୀ କବାଟ ଖୋଲି କୋଠରୀ ଭିତରକୁ ପଶିଲାବେଳେ ରମନ ପଙ୍ଖାରେ ଝୁଲୁଥିଲେ । ଆତ୍ମହତ୍ୟା ପୂର୍ବରୁ ରମନ ୧୩ ପୃଷ୍ଠାର ସୁଇସାଇଡ ନୋଟ ଲେଖିଛନ୍ତି । ସୁଇସାଇଡ ନୋଟରେ ସେ ନିଜ ପତ୍ନୀ, ଶ୍ୱଶୁରଘର ଲୋକ ଓ କିଛି ଯୁବକଙ୍କୁ ନିଜ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି ।

ସୁଇସାଇଡ୍ ନୋଟରେ ସେ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ଫୋନରେ ଜଣେ ଯୁବକ ସହ କଥାବାର୍ତ୍ତା କରୁଥିଲେ ଯେଉଁଥିପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପତ୍ନୀ କିଛି ମାସ ହେଲା ତାଙ୍କ ମା ଘରେ ରହୁଥିଲେ । ମହିଳା ରମନ ଓ ତାଙ୍କ ଶ୍ୱଶୁରଘର ଲୋକଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜ୍ଜୁ କରିଥିଲେ । ରମନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସିଟି ଥାନା ମହିଳା ଯାଞ୍ଚ ଅଧିକାରୀ ଏଏସଆଇ ବବିତା ତାଙ୍କ ଠାରୁ ଲକ୍ଷେ ଟଙ୍କା ନେଇ ରମନଙ୍କୁ ପ୍ରତାରିତ କରିଥିଲେ । ରମନଙ୍କ ଭଉଣୀ ରେଣୁଙ୍କ ଅଭିଯୋଗରେ ସ୍ଥାନୀୟ ପୋଲିସ ରମନଙ୍କ ପତ୍ନୀ, ତାଙ୍କ ଘରଲୋକ ଓ ଏଏସଆଇ ବବିତାଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲା ରୁଜ୍ଜୁ କରିଛନ୍ତି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ରମନଙ୍କ ପରିବାର ଲୋକ ଦାବି କରିଥିଲେ । କିନ୍ତୁ ମାମଲା ରୁଜ୍ଜୁ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ମୃତଦେହକୁ ସିଭିଲ ହସ୍ପିଟାଲ ସମ୍ମୁଖରେ ରଖି ଧାରଣା ଦେଇଥିଲେ । ଫଳରେ ଏକ ଘଣ୍ଟାରୁ ଅଧିକ ସମୟ ପାଇଁ ରାସ୍ତା ଜାମ୍ ହୋଇଥିଲା । ଏସଡିଏମ ସଞ୍ଜୟ କୁମାର, ଡିଏସପି କୁଲୱନ୍ତ ବିଷ୍ଣୁ, ଡିଏସପି ଦଲିପ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦୁଇ ଦିନ ସମୟ ମାଗିଥିଲେ । ଏହା ପରେ ପରିବାର ସଦସ୍ୟ ସେଠାରୁ ହଟିଥିଲେ ।

ରମନ ଜନସ୍ୱାସ୍ଥ୍ୟ ବିଭାଗରେ ଜଣେ ଟ୍ୟୁବୱେଲ ଅପରେଟର ଥିଲେ । ୨୦୧୯ ମାର୍ଚ୍ଚରେ ତାଙ୍କର ବିବାହ ହୋଇଥିଲା । ରମନଙ୍କ ପତ୍ନୀ ଅନ୍ୟ ଯୁବକମାନଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଝଗଡା ପରେ ସେ ନିଜ ବାପା ଘରକୁ ଚାଲିଯାଇଥିଲେ ଓ ରମନ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ।

ଅଭିଯୋଗ ହୋଇଛି ଯେ ଏଏସଆଇ ବାବିତା ରମନଙ୍କ ପରିବାରକୁ ଏହି ମାମଲାରୁ ବାହାର କରିବା ଏବଂ ରମଣଙ୍କ ବିରୋଧରେ ସାମାନ୍ୟ ଧାରା ଲଗାଇବାକୁ କହିଥିଲେ । ଏହା ବଦଳରେ ବାବିତା ଏକ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ରମନଙ୍କ ପତ୍ନୀ ଅଭିଯୋଗ ପ୍ରତ୍ୟାହାର କରିନଥିଲେ ବରଂ ରମନଙ୍କୁ ୧୫ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରିଥିଲେ । ନିର୍ଯାତନାରେ ଅତିଷ୍ଠ ହୋଇ ରମନ ଆତ୍ମହତ୍ୟା କରିଥିଲେ । ଯଦିଓ ବାବିତାଙ୍କ ଠାରୁ ଟଙ୍କା ମାଗିବାର କୌଣସି ପ୍ରମାଣ ନାହିଁ, କିନ୍ତୁ ସୁଇସାଇଡ୍ ନୋଟରେ ଉକ୍ତ ଅଧିକାରୀଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବା ସେ ଲେଖିଛନ୍ତି ।

   Related Posts