ଆତ୍ମହତ୍ୟା ଲାଇଭ : ବ୍ୟାଙ୍କ ଛାତ ଉପରୁ ଡେଇଁ ପଡିଲେ ଯୁବକ, ସମସ୍ତେ ଭିଡିଓ ଉତ୍ତୋଳନ କରୁଥିଲେ , କେହି ବଞ୍ଚାଇବା ଲାଗି ଉପାୟ ଖୋଜିଲେନି

Published By : Prameya-News7 Bureau | November 15, 2019 IST

ସୁନ୍ଦରଗଡ ୧୫|୧୧: ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା ଗ୍ରାମରେ ଅଘଟଣ, ପୋଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଜଣେ ଯୁବକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ନାଁ ଶିବ ମୁଂଡା ।  ତବେ ଶିବ ଗତ କିଛି ଦିନ ହେବ ନିଜର ମାନସିକ ଭାରସାମ୍ୟ ହରାଇଥିବା କୁହାଯାଉଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଘଟଣା ସ୍ଥଳରେ ଶହ ଶହ ଲୋକ ଥିଲେ ମଧ୍ୟ କେହି ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁନଥିଲେ । ବରଂ ଯୁବକ ଛାତ ଉପରୁ ତଳକୁ ଡେଇଁବା ଲାଗି ତାଙ୍କୁ ଉସୁକାଯାଉଥିଲା ।

{"id":184747,"width":594,"height":467,"sizeSlug":"large"}

ଦେଖଣାହାରୀ ଲୋକଙ୍କ ଭିତରୁ କେହି କେହି ଏକ ଦୁଇ ତିନ ବୋଲି ମଧ୍ୟ ଗଣିବାକୁ ଆରମ୍ଭ କରିଥିଲେ । ସେଠାରେ ବହୁ ପୋଲିସ କର୍ମୀ ଥିଲେ ମଧ୍ୟ ସେମାନେ କେବଳ ଦେଖଣାହାରୀ ସାଜିଥିଲେ । ଚାହିଁଥିଲେ ପୋଲିସ ଛାତ ଉପରକୁ ଯାଇ ଯୁବକଙ୍କୁ ଅଟକାଇପାରିଥାନ୍ତି । ଏପରିକି ସମସ୍ତ ପୋଲିସ କର୍ମୀ ଯୁବକ ଡେଉଁଥିବା କୋଠାଠାରୁ ଯଥେଷ୍ଟ ଦୂରରେ କେବଳ ଠିଆ ହୋଇ ଦର୍ଶକ ସାଜିଥିଲେ । ଜଣେ ମାତ୍ର ମହିଳା ପୋଲିସ କର୍ମୀ ସଂପୃକ୍ତ କୋଠାତଳେ ଠିଆ ହୋଇଥିଲେ । ଯୁବକ ଛାତରୁ ଡେଇଁବାବେଳେ ସେ ହତ ଦେଖାଇ ଧରିବାକୁ ଚାହିଁଥିଲେ । ତେବେ ତାଙ୍କ ହାତଠାରୁ ଦୂରରେ ପଡିଯାଇଥିଲେ ଯୁବକ ।

{"id":184748,"width":590,"height":460,"sizeSlug":"large"}

ଶିବ ଆଜି ଅପରାହ୍ନରେ ଏକ ବ୍ୟାଙ୍କର ଛାତ ଉପରକୁ ଚଢିଯାଇ ସେଠାରୁ ଡେଇଁ ପଡି ଆତ୍ମହତ୍ୟା କରିବ ବୋଲି କହିଥିଲା। ଫଳରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ପୋଲିସ ଆସି ସେଠାରେ ପହଂଚି ଯୁବକୁ ତଳକୁ ଆସିବାକୁ କହିଥିଲେ । ହେଲେ ଶିବ କିଛି ନଶୁଣି ହଠାତ ତଳକୁ ଡେଇଁପଡିଥିଲା।

{"id":184749,"width":585,"height":463,"sizeSlug":"large"}

ତାକୁ ଧରିବାକୁ ପୋଲିସ କର୍ମଚାରୀ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ଆଉ ସେଠାରେ ଶିବର ମୃତ୍ୟୁ ଘଟିଥିଲା। ପୋଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଜଣେ ଯୁବକ ଆତ୍ମହତ୍ୟା କରୁଥିବାର ଏହି ଲାଇଭ ଭିଡିଓ ବର୍ତମାନ ଭାଇରାଲ ହେବାରେ ଲାଗିଛି ।

{"id":184750,"width":586,"height":459,"sizeSlug":"large"}

ଆଶ୍ଚର୍ଯ୍ୟର କଥା ଯେତେ ଜଣ ଲୋକ ଓ ପୋଲିସ ଥିଲେ ଚାହିଁଥିଲେ ଶିବଙ୍କୁ ବଞ୍ଚାଇ ପାରିଥାନ୍ତେ । କିନ୍ତୁ ତାହା ନକରି ଲୋକେ ଭିଡିଓ କରୁଥିଲେ ସିନା ଛାତ ତଳକୁ ଆସି ସେ ଡେଇଁବାବେଳେ କନା ଧରି ଠିଆ ହୋଇଥିଲେ ମଧ୍ୟ ଶିବ ବଂଚିଯିବାର ସମ୍ଭାବନା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.