Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଲକଡାଉନ୍ ବେଳେ ଘରୁ ନବାହାରି ପାରିବାରୁ ଯୁବକଙ୍କ ଆତ୍ମହତ୍ୟା, ଆଉ ଜଣେ ମହିଳାଙ୍କୁ କାମୁଡି କଲା କ୍ଷତାକ୍ତ

30/03/2020 at 12:56 PM

ନୂଆଦିଲ୍ଲୀ ୩୦/୦୩ : କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି | ଏହି ସମୟ ମଧ୍ୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ସାମ୍ନାକୁ ଆସିଛି | ଗୁଜୁରାଟର ଜାମନଗରରେ ଲକଡାଉନ ଯୋଗୁଁ ଜଣେ ୨୧ ବର୍ଷର ଯୁବକ ଆତ୍ମହତ୍ୟା କରିଛନ୍ତି | ଘରୁ ବାହାରକୁ ନ ବାହାରି ପାରିବାରୁ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଠିକ ଏହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ | ତାମିଲନାଡୁର ଥେନି ଜିଲ୍ଲାରେ କ୍ଵାରେଣ୍ଟାଇନରେ ଥିବା ଜଣେ ଯୁବକ ଘରୁ ବାହାରକୁ ପଳାଇ ଆସି ଜଣେ ବୃଦ୍ଧ ମହିଳାଙ୍କୁ ଦାନ୍ତରେ କାମୁଡ଼ି ହତ୍ୟା କରିଛି |

ଆତ୍ମହତ୍ୟା କରିଥିବା ଯୁବକ ଜଣକ ଗୁଜୁରାଟ ରାଜକୋଟରେ କାମ କରୁଥିଲେ | ଯୁବକଙ୍କ ନାଁ କୌଶିକ ମଣ୍ଡେରା | ଲକଡାଉନ ପରେ ସେ ଜାମନଗରରେ ଥିବା ତାଙ୍କ ଘରେ ପହଞ୍ଚିଥିଲେ। ଲକଡାଉନ ପରେ ସେ ବେକାର ହୋଇ ଘରେ ବସିଥିଲେ | ଲକଡାଉନର ଚତୁର୍ଥ ଦିନ ଗୁଜୁରାଟର ଜାମନଗରରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଲକଡାଉନ ଯୋଗୁଁ ସେ ସେ ଘରୁ ବାହାରି ପାରିନଥିଲେ। କୌଶିକଙ୍କ ପିତା ପୋଲିସକୁ କହିଛନ୍ତି ଯେ ଘରୁ ବାହାରକୁ ଯାଇ ନ ପାରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲା । ସେଥିପାଇଁ ମାନସିକ ଚାପଗ୍ରସ୍ତ ହୋଇ ରାତିରେ ସେ ଏକ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ |

ଅନ୍ୟ ଘଟଣାଟି ଘଟିଛି ତାମିଲନାଡୁରେ | ତାମିଲନାଡୁ ଥେନି ଜିଲ୍ଲାରେ ଜଣେ ୩୨ ବର୍ଷ ବୟସ୍କା ବ୍ୟକ୍ତି ପଡୋଶୀର ଜଣେ ବୃଦ୍ଧ ମହିଳାଙ୍କୁ କାମୁଡ଼ି ହତ୍ୟା କରିଛନ୍ତି । ଅଭିଯୁକ୍ତ ଯୁବକଙ୍କ ନାମ ମାଣିକନ୍ଦନ। ସେ କିଛି ଦିନ ପୂର୍ବରୁ ଶ୍ରୀଲଙ୍କାରୁ ଫେରିଥିଲେ। ଏହା ପରେ ତାଙ୍କୁ ଘରେ କ୍ଵାରେଣ୍ଟାଇନରେ ରଖାଯାଇଥିଲା। ପୋଲିସର ସୂଚନାନୁସାରେ, ଶୁକ୍ରବାର ଦିନ ସେ ଉଲଗ୍ନ ଅବସ୍ଥାରେ ଘରୁ ପଳାଇ ବୃଦ୍ଧ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ମହିଳାଙ୍କୁ ବେକରେ ଅନେକ ଥର ଦାନ୍ତରେ କାମୁଡ଼ି ଆହତ କରିଥିଲେ ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ମାଣିକନ୍ଦନଙ୍କୁ ଗିରଫ କରିଛି। ତାଙ୍କର କରୋନା ପରୀକ୍ଷା କରାଯାଇଛି | ତେବେ ଯୁବକ ଜଣକ ଏହିଭଳି କାହିଁକି କଲେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଚି | ତାଙ୍କର ମାନସିକ ଅବସ୍ଥା ସ୍ଥିର ନଥିବା ଆଶଙ୍କା କରାଯାଇଛି | ସେଥିପାଇଁ ତାଙ୍କର ମାନସିକ ସ୍ଥିତି ମଧ୍ୟ ଯାଞ୍ଚ କରାଯାଉଛି ।

ପୋଲିସ ସୂଚନା ଅନୁଯାୟୀ, ମାଣିକନ୍ଦନର ଉକ୍ତ ମହିଳାଙ୍କ ସହ କୌଣସି ପାରିବାରିକ ଶତ୍ରୁତା ମଧ୍ୟ ନଥିଲା | ପୋଲିସ ଯୁବକ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି |

   Related Posts