ଜଣେ ସ୍ବାମୀର ସୁଇସାଇଡ ନୋଟ:‘ଋତୁ ମରିବା ପୂର୍ବରୁ ତମ ମୁହଁ ଟିକେ ଦେଖିଥିଲେ ଶାନ୍ତି ମିଳିଥାନ୍ତା… ତମେ ଘର ଛାଡିକି ଗଲ, ମୁଁ ଦୁନିଆ ଛାଡି ଯାଉଛି …’

Published By : Prameya-News7 Bureau | November 13, 2018 IST

ଦିଲ୍ଲୀ ୧୩/୧୧ : ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା | ୩୪ ବର୍ଷ ବୟସ୍କ ଯୁବକ ଶାଶୁ, ଶ୍ୱଶୁର ଓ ସ୍ତ୍ରୀର ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଛନ୍ତି | ମୃତ ଯୁବକ ଜଣକ ହେଲେ ଗୌରବ ଗୋୟଲ | ସେ ଆତ୍ମହତ୍ୟା ପୂର୍ବରୁ ୧୭ ପୃଷ୍ଠାର ସୂଈସାଇଡ ନୋଟ  ଲେଖିଥିଲେ | କେବଳ ଏତିକି ନୁହେଁ ଆତ୍ମହତ୍ୟା ବେଳର ସମସ୍ତ ଘଟଣା ସେ ନିଜ ମୋବାଇଲରେ ରେକର୍ଡିଙ୍ଗ କରିଥିଲେ | ପଢନ୍ତୁ ଗୌରବ କଣ ଲେଖିଥିଲେ ନିଜ ସୂଈସାଇଡ ନୋଟରେ - " ମୋ ଶାଶୁ ଶ୍ୱଶୁର ଏବଂ ଉତ୍ତମ ନଗରରେ ରହୁଥିବା ମୋର ଶଳା ମତେ ନିର୍ଯ୍ୟାତନା ଦେଇଛନ୍ତି | ମୁଁ ୯ ବର୍ଷ ହେଲା ଛଟପଟ ହୋଇ ବଂଚି ରହିଥିଲି | ସମସ୍ତଙ୍କ ସାମ୍ନାରେ ମୋର ଅପମାନ କରିଛନ୍ତି ଏମାନେ | ମୁଁ ସୂଈସାଇଡ କରିନାହିଁ ବରଂ ମତେ  ମାରିଦିଆଯାଇଛି | ଏ ସମସ୍ତଙ୍କୁ କଠୋର ଦଣ୍ଡ ମିଳିବା ଉଚିତ | ତୁ ଘର ଛାଡିକି ଗଲୁ ମୁଁ ଦୁନିଆ ଛାଡିକି ଯାଉଛି | ସ୍ତ୍ରୀ ଆଉ ପୁଅ ବିନା ମୁଁ ବହୁତ ଛଟପଟ ହୋଇଛି | ଋତୁ ତମ ମୁହଁ ଟିକେ ଦେଖିଥିଲେ ଶାନ୍ତି ମିଳିଥାନ୍ତା | ଋତୁ ଗୋୟଲ ତୋ ଘର ଲୋକଙ୍କ ପାଖେ ତୁ ମୋ ଭଲ ପାଇବା ବୁଝିପାରିଲୁନାହିଁ | ତମ ଦୁଇଜଣଙ୍କ ଠୁ ଅଲଗା ହେବାର ଦୁଃଖ ମୁଁ ସହିପାରିଲିନାହିଁ | ଆଇ ଲଭ ଯୁ…ଋତୁ ଗୋୟଲ...ମୋର ଯେଉଁ ଅଙ୍ଗ ଭଲ ଥିବ ତାକୁ ଦାନ କରିଦେବ | ସମସ୍ତଙ୍କୁ ବିଦାୟ..." ଏମିତି ଏକ ସୁଇସାଇଡ ନୋଟ ପଢିବା ପରେ ଶବ ଜବତ କରିବାକୁ ଯାଇଥିବା ପୋଲିସ ମଧ୍ୟ ଭାବପ୍ରବଣ ହୋଇଯାଇଥିଲା । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ଥିଲା । ଅକ୍ଟୋବର ୩୧ ତାରିଖ ସନ୍ଧ୍ୟାରେ ମିଆଁବାଲି ଥାନାକୁ ଏକ ଆତ୍ମହତ୍ୟା ହୋଇଥିବା ସୂଚନା ମିଳିଥିଲା | ସୂଚନା ପାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଥିଲା | ଘରର ଖାନତଲାସୀ ବେଳେ ପୋଲିସ ୧୭ ପୃଷ୍ଠାର ସୂଈସାଇଡ ନୋଟ ପୋଲିସ ଜବତ କରିଥିଲା | ସୂଈସାଇଡ ନୋଟରେ ଗୌରବ ନିଜ ପତ୍ନୀ ଓ ତାଙ୍କ ପରିବାରଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା କଥା ଲେଖିଥିଲେ | ପୋଲିସ ସୂଚନା ଅନୁଯାୟୀ, ଗୌରବଙ୍କ ପତ୍ନୀଙ୍କ ନାଁ ଋତୁ । ୨୦୦୯ ମସିହା ଏପ୍ରିଲ ୨୭ ତାରିଖରେ ତାଙ୍କର ବିବାହ ହୋଇଥିଲା | ଗୌରବ ଏକ ବିଲଡର କମ୍ପାନୀରେ କାମ କରୁଥିଲେ | ତାଙ୍କର ୮ବର୍ଷ ବୟସ ଏକ ପୁତ୍ର ମଧ୍ୟ ଅଛି | ବିବାହ ପରେ ସବୁ ଠିକ ଠାକ ଚାଲିଥିଲା | ତେବେ ବାହାଘର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା | ହେଲେ ପ୍ରତେକ ଥର ଝଗଡା ସମାଧାନ ହୋଇଯାଉଥିଲା | କିନ୍ତୁ ଏହି ଜୁଲାଇ ମାସରୁ ଉଭୟଙ୍କ ମଧ୍ୟରେ ବହୁତ ଥର ଝଗଡା ହେଲା ଆଉ ଋତୁ ପୁଅକୁ ନେଇ ନିଜ ମା ଘର ବୀକ୍ଷପୁରୀକୁ ପଳେଇଲେ | ପତ୍ନୀ ଘର ଛାଡି ଚାଲିଯିବା ପରେ ଗୌରବ ବହୁତ ଏକା ହୋଇଯାଇଥିଲେ | ପରିବାର ଲୋକେ ବହୁ ଚେଷ୍ଟା କରିଥିଲେ ସମାଧାନ କରିବା ପାଇଁ  । କିନ୍ତୁ ଫଳ ଶୂନ | ଋତୁ ସ୍ୱାମୀଙ୍କ ଫୋନ ମଧ୍ୟ ଉଠେଇଲା ନାହିଁ | ପୁଅକୁ ମଧ୍ୟ ଜବରଦସ୍ତି ନିଜ ପାଖେ ରଖିଥିଲେ | ଗୌରବ ଏକଲାପଣ ସାହିପାରିଲେ ନାହିଁ | ଆଉ ଶେଷରେ ନିଜ କୋଠରୀର ପଙ୍ଖାରେ ରାଶି ଲଗାଇ ଆତ୍ମହତ୍ୟା କରିଦେଲେ | ଆତ୍ମହତ୍ୟାର ପୁରା ଘଟଣାର ୧୩ ମିନିଟର ରେକର୍ଡିଙ୍ଗ ମଧ୍ୟ କରିଥିଲେ ଗୌରବ | ଗୌରବଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି | ଗୌରବଙ୍କ ପରିବାରଲୋକେ ଋତୁଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେଇଛନ୍ତି | ଅଭିଯୁକ୍ତଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗୌରବଙ୍କ ପରିବାର ଲୋକେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.