ହାତୁଡିରେ ପିଟି ପିଟି ଦୁଇ ପତ୍ନୀଙ୍କୁ ନିର୍ମମ ହତ୍ୟା କରିବାପରେ ସ୍ବାମୀର ଆତ୍ମହତ୍ୟା ! ଜାଣନ୍ତୁ ଏହି ଜଘନ୍ୟ ଘଟଣା ପଛର କାରଣ

Published By : Prameya-News7 Bureau | May 22, 2019 IST

ବାରିପଦା ୨୨|୫: ପାରିବାରିକ କଳହକୁ କେନ୍ଦ୍ର କରି ବାରିପଦାରେ ବିଭତ୍ସ ହତ୍ୟାକାଣ୍ଡ। ହାତୁଡିରେ ପିଟି ୨ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ। ହତ୍ୟା ପରେ ସନ୍ଦେହ ଘେରରେ ସ୍ବାମୀର ଆତ୍ମହତ୍ୟା। 

{"id":114620}

ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମରେ। ଗତକାଲି ଏହି ଗ୍ରାମର ଶାମ ମାରାଣ୍ଡି ନିଜର ୨ପତ୍ନୀ ଶାଙ୍ଖ ଏବଂ ଫୁଲଙ୍କୁ ନିର୍ମମଭାବେ ହତ୍ୟା କରିଦେଇଥିଲା। ପରେ ନିଜେ ମଧ୍ୟ ଘର ବାଡିରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଏହି ଘଟଣା ବିଳମ୍ବିତ ରାତିରେ ହୋଇଥିବାରୁ କେହି ଏ ସମ୍ପର୍କରେ ଜାଣି ପାରି ନଥିଲେ। ତବେ ସକାଳୁ ଶାମର ପଡୋଶୀ ଲୋକେ ତାର ଝୁଲନ୍ତା ଶବ ଦେଖି ତାଙ୍କ ଭିଣୋଇ ଏବଂ ପୋଲିସ କୁ ଖବର ଦେଇଥିଲେ। 

{"id":114772}

ତବେ ଗତ ପ୍ରାୟ ୨ମାସ ପୂର୍ବରୁ ଶାମ ଧର୍ମ।ନ୍ତରଣ କରିଥିଲା। ଯାହାକୁ ନେଇ ନିଜ ପରିବାର ସହିତ ପ୍ରାୟ ବଚସା ଲାଗି ରହିଥିଲା। ଯାହାକି ଏଭଳି ନୃଂସ ହତ୍ୟାକାଣ୍ଡର ମୁଖ୍ୟ କାରଣ ହୋଇ ପାରେ ବୋଲି ମଧ୍ୟ ସନ୍ଦେହ କରିଛନ୍ତି ସମ୍ପର୍କୀୟ।

{"id":114624}

ଖବର ପାଇ ବାରିପଦା ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସମୟରେ ଶାମର ୨ ପତ୍ନୀ ଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖିଥିଲେ। ଏହାପରେ ଫରେନ୍ସିକ ସାଇନ୍ସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଜୁଡୁବୁଡୁ ହାତୁଡି ଜବତ ହୋଇଛି। ପ୍ରାଥମିକ ତଦନ୍ତ ରୁ ଶାମର ପୂର୍ବରୁ ମସ୍ତିଷ୍କ ବିକୃତ ରହିଥିବାରୁ ସେ ହିଁ ଏଭଳି କାଣ୍ଡ ଘଟାଇଥିବାର ସୂଚନା ଦେଇଛନ୍ତି ବାରିପଦା ସଦର ଏସ୍.ଡି.ପି.ଓ.।

{"id":114774}

ତବେ ଝୁଲନ୍ତା ଅବସ୍ଥାରେ ମିଳିଥିବା ଶାମର ମୃତଦେହ ତଳେ ଲାଗି ରହିଥିବାରୁ ଏହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଯାହା କି ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.