Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

କରୋନା ଡରରେ ଆତ୍ମହତ୍ୟା, ଜାଣନ୍ତୁ ସୁଇସାଇଡ ନୋଟ୍‌ରେ ମୃତକ ଲେଖିଛି କ’ଣ?

26/03/2020 at 12:38 PM

ଉଡୁପି : କର୍ଣ୍ଣାଟକ ଉଡୁପିରେ କରୋନାକୁ ନେଇ ଆତଙ୍କିତ ହୋଇପଡିଥିବା ଜନୈକ ୫୭ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଘର ଆଗରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଏପରି କରିଥିବା ବେଳେ ଏକ ପତ୍ର ଲେଖି ପରିବାର ଲୋକଙ୍କୁ ସେମାନଙ୍କ କରୋନା ଟେଷ୍ଟ କରାଇନେବାକୁ ନିବେଦନ କରିଯାଇଛନ୍ତି।

ତେବେ କର୍ଣ୍ଣାଟକ ପୋଲିସର ଆଇସୋଲେସନ ନିର୍ଦ୍ଦେଶ ଥିବା ସୂଚୀରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ନଥିବା ଏବେ ଜଣାପଡିଛି। ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ମଧ୍ୟ ନଥିଲା। ହେଲେ ତା ପୂର୍ବରୁ ସେ ଆତ୍ମ ହତ୍ୟା କରିଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି। ତାଙ୍କ ପରେ ପରିବାରରେ ତାଙ୍କ ପତ୍ନୀ ଓ ୨ଟି ପିଲା ଅଛନ୍ତି। ତେବେ ସେ କରୋନା ସନ୍ଦେହ କରିଥିବାରୁ ତାଙ୍କ ପାର୍ଥିବ ଶରୀରକୁ ପୋଲିସ ଯାଞ୍ଚ ଲାଗି ପଠାଇଛି।

ଦେଶରେ କରୋନା ସ୍ଥିତି ଏବେ ବି ଆୟତ୍ତାଧୀନ ଅଛି। କରୋନା ମୃତକଙ୍କ ସଂଖ୍ୟା ଏବେ ୧୫ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ପାର ହୋଇଯାଇଛି। ଦେଶର ମହାରାଷ୍ଚ୍ରରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି। ଏଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଦେଶରେ ପ୍ରଥମ କରୋନା ମୃତ୍ୟୁ ମାର୍ଚ୍ଚ ୨୪ତାରିଖରେ ହୋଇଥିଲା। ଜନୈକା କରୋନା ଆକ୍ରାନ୍ତ ମହିଳା ସଂକ୍ରମଣ ଯୋଗୁ ପ୍ରାଣ ହରାଇଥିଲେ।

   Related Posts