Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମଦ ପିଇ ୩୩ କେଭି ତାର ଉପରକୁ ଚଢ଼ିଗଲେ ଯୁବକ, ଲାଗିଲା କରେଣ୍ଟ…

27/10/2021 at 3:25 PM

ଚରଖୀ ୨୬/୧୦ : ଗତ ଶନିବାର ଦିନ ଜଣେ ଯୁବକ ମଦପିଇ ୩୩KV ବିଦ୍ୟୁତ୍ ଖୁଣ୍ଟି ଉପରକୁ ଚଢ଼ିଯାଇଥିଲେ। ବହୁ ଚେଷ୍ଟା ପରେ ତାଙ୍କୁ ତଳକୁ ଅଣାଯାଇଛି । କିନ୍ତୁ ବିଦ୍ୟୁତ୍ ସଂଯୋଗ ଯୋଗୁଁ ସେ ଆହତ ହୋଇଥିଲେ। ଆହତଙ୍କୁ ରୋହତକ PGI ମେଡ଼ିକାଲ ରେଫର୍ କରାଯାଇଥିଲା।

ସୂଚନାନୁସାରେ ହରିୟାଣା ଚରଖୀ ବାଢଡା ନିବାସୀ ରାମଚନ୍ଦ୍ର ମଦ ପିଇ ବାଢଡା ଠାରୁ କରିଧରାନୀ ପାୱାର ସବଷ୍ଟେସନକୁ ଯାଇଥିବା ୩୩ କେଭି ବିଦ୍ୟୁତ ଖୁଣ୍ଟିରେ ଚଢ଼ିଯାଇଥିଲେ। ଏହି ସମୟରେ ଯୁବକଙ୍କୁ ବିଦ୍ୟୁତ୍ କରେଣ୍ଟ ଲାଗିଯାଇଥିଲା । ବିଦ୍ୟୁତ୍ ନିଗମର ଅଧିକାରୀମାନଙ୍କୁ ସୂଚନା ଦିଆଯିବା ପରେ ବିଦ୍ୟୁତ୍ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବିଦ୍ୟୁତ୍ ନିଗମର କର୍ମଚାରୀମାନେ ଏକ ଦଉଡି ସାହାଯ୍ୟରେ ଯୁବକଙ୍କୁ ଓହ୍ଲାଇ ଆମ୍ବୁଲାନ୍ସ ଯୋଗେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ଚିକିତ୍ସା ପରେ ତାଙ୍କୁ ରୋହତକ PGI ମେଡ଼ିକାଲକୁ ରେଫର୍ କରାଯାଇଛି ।

   Related Posts