Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଷଧର ସାପକୁ ଚୋବାଉଥିଲା, ଗିରଫ କଲା ବନ ବିଭାଗ : ଅଭିଯୁକ୍ତ କହିଲା- କରୋନା ହେବନି ବୋଲି ଖାଉଥିଲି

28/05/2021 at 7:05 PM

ମଦୁରାଇ ୨୮।୫: ତାମିଲନାଡୁ ମଦୁରାଇ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ କୃଷି କର୍ମଚାରୀଙ୍କୁ ଗୁରୁବାର ଦିନ ଗିରଫ କରିଛି ବନ ବିଭାଗ । ବ୍ୟକ୍ତି ଜଣଙ୍କ ଏକ ମୃତ ସାପକୁ ଚୋବାଉଥିବାର ଭିଡିଓ ସାଇବର ସ୍ପେସରେ ଭାଇରାଲ୍ ହୋଇଥିଲସା । ପେରୁମାପାଟୀ ନିବାସୀ ଭାଡିଭେଲୁ ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୭,୦୦୦ ଟଙ୍କା ଜରିମନା କରିଛି ବନ ବିଭାଗ ।

ଭାଇରାଲ୍ ଭିଡିଓରେ ଭାଡିଭେଲୁ ଏକ ବିଷାକ୍ତ ସାପକୁ ଚୋବାଉଥିବା ନଜର ଆସିଥିଲେ । ସାପଗୁଡିକ କୋଭିଡ୍-୧୯ର ଆଣ୍ଟିଡୋଟ୍ ବୋଲି ଭାଡିଭେଲୁ ଦାବି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଭାଡିଭେଲୁ କହିଛନ୍ତି ଯେ, କରୋନା ଭାଇରସରୁ ନିଜକୁ ରକ୍ଷା କରିବା ପାଇଁ ସେ ସାପକୁ ଚୋବାଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ଜିଲ୍ଲା ବନ ଅଧିକାରୀ (ଡିଏଫ୍ଓ) ଏସ ଆନନ୍ଦ ଭାଇରାଲ୍ ଭିଡିଓ ଦେଖିବା ପରେ ପେରୁମାପାଟୀରୁ ଉକ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ଏକ ଟିମ୍ କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଭାଡିଭେଲୁକୁ ଗିରଫ କରାଯାଇଥିଲା । ସାପ ଚୋବାଇବା ପାଇଁ ତାଙ୍କ ଉପରେ ୭,୦୦୦ ଟଙ୍କାର ଜରିମନା ଲଗାଯାଇଛି ।

ଡିଏଫଓ କହିଛନ୍ତି ଯେ, ଅଭିଯୁକ୍ତ କହିଛି କିଛି ଲୋକ ତାଙ୍କୁ ସାପ ଖାଇବାକୁ ବାଧ୍ୟ କରିଥିଲେ । ଘଟଣା ସମୟରେ ସେ ମଦ୍ୟପାନ କରିଥିଲେ ବୋଲି ଡିଏଫଓ କହିଛନ୍ତି ।

ଭାଡିଭେଲୁ ପୂର୍ବରୁ ମରିଯାଇଥିବା ସାପକୁ ଚୋବାଇଥିଲେ । ସେ ଭାଗ୍ୟବାନ ଥିଲେ ଯେ ସେ ସାପର ବିଷ ଗ୍ରନ୍ଥିରେ କାମୁଡିନଥିଲେ । ଏହି ସାପ ବିଷରେ ନ୍ୟୁରୋଟକ୍ସିନ୍ ଥାଏ ଯାହା ମଣିଷକୁ ପକ୍ଷାଘାତ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ବୋଲି ଡିଏଫ୍ଓ କହିଥିଲେ ।

   Related Posts