ପ୍ରେମ ଜାଲରେ ଫସାଇ ନାବାଳିକାକୁ ଅପହରଣ କଲା ଯୁବକ, ଟଂକା ଓ ଇଜ୍ଜତ ଲୁଟି ଘରେ ଆଣି ଛାଡ଼ିଲା ଯୁବକ

Published By : Prameya-News7 Bureau | February 08, 2019 IST

ଭୋପାଳ ୮/୨- ଜଣେ ୧୬ ବର୍ଷ ବୟସ୍କା ନାବାଳିକାକୁ ପ୍ରେମ ଜାଲରେ ଫସାଇ ଯୁବକ କଲା ଦୁଷ୍କର୍ମ । କେବଳ ଦୁଷ୍କର୍ମ କାହିଁକି ପ୍ରେମିକାଙ୍କ ଘରୁ ବି ୪୫ ହଜାର ଟଂକା ନେଇଥିବା ପୋଲିସ ପାଖରେ ପ୍ରେମିକାଙ୍କ ପରିବାର ତରଫରୁ ହୋଇଛି ଅଭିଯୋଗ ।

ଭୋପାଳର ରାମପୁର ଥାନା ଅଂଚଳରେ ଘଟିଛି ଏହି ଘଟଣା । ରାହୁଲ ମେହେରା ନାମକ ଜଣେ ଯୁବକ ଏହି ଘଟଣାରେ ସଂପୃକ୍ତ ଥିବା କଥା ପୋଲିସ  ତଦନ୍ତରୁ ଜାଣିଛି ।

ରାହୁଲ ନାବାଳିକାଙ୍କୁ ବିବାହ କରିବାକୁ  କଥାଦେଇ ଘରୁ ଅପହରଣ କରିଥିବା କଥା ପରିବାର ତରଫରୁ ଥାନାରେ ହୋଇଛି ଅଭିଯୋଗ । ନାବାଳିକା ଯୁବକଙ୍କ ସହିତ ଘରୁ ଫେରାର ହୋଇଯିବା ସମୟରେ ୪୫ ହଜାର ଟଂକା ନେଇଥିବା କଥା ପରିବାର ଲୋକ କହିଛନ୍ତି । କିନ୍ତୁ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିବା ପରେ ଆଣି ଛାଡ଼ିଦେଇଥିଲା ଯୁବକ । ନାବାଳିକାଙ୍କୁ ବିବାହ କରିବା କଥା ମିଛରେ କହି ଏହି ଅପହରଣ ନାଟକ କରିଥିବା କଥା କହିଛି ପୋଲିସ ।

ପରିବାର ଲୋକ ଯୁବକଙ୍କ ବିରୋଧରେ ଏହି ଅଭିଯୋଗ ଆଣିବା ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.