ଆଇଡ୍ରପ ପିଆଇ ପତ୍ନୀକୁ ହତ୍ୟା କରିଥିଲା ସ୍ବାମୀ : ଇନସ୍ୟୁରାନ୍ସରୁ ନେଇଗଲା କୋଟି କୋଟି ଟଙ୍କା

Published By : Prameya-News7 Bureau | December 22, 2019 IST

ଜଣେ ସ୍ବାମୀ ଆଖିରେ ପକାଉଥିବା ଡ୍ରପକୁ ବିଷ ଭାବେ ବ୍ୟବହାର କରି ସ୍ତ୍ରୀଙ୍କୁ ହତ୍ୟା କରିଛି। ଏହାପରେ ଯୁବକ ପତ୍ନୀଙ୍କ ଦୁଇଟି ଆକାଉଣ୍ଟରୁ ୧.୭କୋଟି ଉଠାଇ ନେଇଛି। ଏହାପରେ ପୋଲିସ୍ ଯୁବକକୁ ଗିରଫ କରିଛି।

{"id":201048,"width":587,"height":330,"sizeSlug":"large"}

ଘଟଣାଟି ଘଟିଛି ଆମେରିକାର ନର୍ଥ କ୍ୟାରୋଲିନାରେ। ୩୨ବର୍ଷ ବୟସ୍କା ଷ୍ଟେସି ରବିନସନଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍ ୩୫ବର୍ଷ ବୟସ୍କ ଜୋଶୁଆ ଲିକୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାଯାଇଥିଲା ଯେ ତାଙ୍କର ପ୍ରାକୃତିକ ମୃତ୍ୟୁ ହୋଇଛି। କିନ୍ତୁ ଯେତେବେଳେ ଷ୍ଟେସିଙ୍କ ମାଆ ଜୋଶୁଆ ବିରୋଧରେ ଠକେଇ ଅଭିଯୋଗ କରିଥି​‌ଲେ ସେତେବେଳେ ମାମଲାର ଖୁଲାସା ହୋଇଥିଲା।

{"id":201049,"width":584,"height":412,"sizeSlug":"large"}

ତଦନ୍ତ କରିବା ପରେ ଜଣାପଡ଼ିଲା ଯେ ତାଙ୍କ ମୃତ୍ୟୁ ଆଇ ଡ୍ରପ୍ ଯୋଗୁଁ ହୋଇଛି। ପତ୍ନୀଙ୍କ ମୃତ୍ୟୁ ପରେ ଜୋଶୁଆ ଭିନ୍ନ ଭିନ୍ନ ପ୍ରକାରର ବୟାନ୍ ଦେଇଥିଲା। ସେ ଶବକୁ ପୋଷ୍ଟମର୍ଟମ କରିବାକୁ ଦେଇନଥିଲା।

ପରେ ଇନସ୍ୟୁରାନ୍ସ ଠକେଇ ଇନଭେଷ୍ଟିଗେସନ୍ ଆରମ୍ଭ କରାଯାଇଥିଲା। ପତ୍ନୀଙ୍କ ମୃତ୍ୟୁର କିଛି ଦିନ ପରେ ସେ ଡେଟିଙ୍ଗ କରିବା ଆରମ୍ଭ କରି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.