୧୭ ଥର ଶରୀରର ଆକାର-ପ୍ରକାର ବଦଳାଇଛନ୍ତି ଏହି ବ୍ୟକ୍ତି, ଖର୍ଚ୍ଚ କରିଛନ୍ତି ୬ ଲକ୍ଷ ଟଙ୍କା, କାନକୁ କାଟି ରଖିଛନ୍ତି ଜାର୍‌ରେ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮: ଏବେ ପାଶ୍ଚାତ୍ୟ ଦେଶରେ ଶରୀରର ଆକାର-ପ୍ରକାର ବଦଳାଇବା ଏକ ନୂଆ ଫ୍ୟାସନ୍ ହୋଇଗଲାଣି । ଅନେକ ବ୍ୟକ୍ତି ନିଜ ଶରୀରକୁ ନୂଆ ରୂପ ଦେଉଛନ୍ତି । ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାଉ ନାହାଁନ୍ତି ।

ଏବେ ସୋସିଆଲ ମିଡିଆରେ ମିଷ୍ଟର୍ ସ୍କଲ୍ ଭାବେ ପରିଚିତ ସାଣ୍ଡ୍ରୋଙ୍କ ଏକ ଫଟୋ ଭାଇରାଲ ହୋଇଛି । ସେ ନିଜ ଶରୀରର ରୂପରେଖ ପରିବର୍ତ୍ତନ କରିବାକୁ ନେଇ ସର୍ବଦା ଚର୍ଚ୍ଚିତ ।ନିକଟରେ ସେ ୬୦୦୦ୟୁରୋ ଖର୍ଚ୍ଚ କରି ନିଜ ଶରୀରକୁ ନୂଆ ଲୁକ୍ ଦେଇଛନ୍ତି ।ଏପରିକି ସେ ତାଙ୍କ କାନକୁ ମଧ୍ୟ କାଢି ଦେଇଛନ୍ତି ।

୩୯ ବର୍ଷୀୟ ସାଣ୍ଡ୍ରୋ ଜର୍ମାନୀରେ ରୁହନ୍ତି । ନିକଟରେ ସେ ତାଙ୍କ କପାଳ, ହାତ ପଛରେ ଓ ଜିଭରେ ୧୭ ଥର ପରିବର୍ତ୍ତନ କରିଛନ୍ତି । ଏପରିକି ସେ ନିଜ କାନ କାଟି ଏକ ଜାର୍‌ରେ ରଖିଥିଲେ ।

ଏହି ଆକାର-ପ୍ରକାର ପରିବର୍ତ୍ତନକୁ ନେଇ ସାଣ୍ଡ୍ରୋ କହିଛନ୍ତି ଯେ, ଏହା ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । କିଏ କଣ କହୁଛି ସେ ଖାତିର କରୁନାହାଁନ୍ତି ।ଏଥିପାଇଁ ତାଙ୍କୁ ଚାକିରୀ ମିଳିବାରେ ସମସ୍ୟା ଉପୁଜିପାରେ । ତେବେ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି । କିନ୍ତୁ ସେ ସମାଲୋଚନାକୁ ଖାତିର କରନ୍ତି ନାହିଁ । ଆତ୍ମବିଶ୍ୱାସ ଭରପୁର ହୋଇ ରହିଛି ବୋଲି ସେ କହିଛନ୍ତି ।

ତେବେ ତାଙ୍କ ବନ୍ଧୁମାନେ ଏଥିରୁ ନିର୍ବୃତ୍ତ ରହିବାକୁ ତାଙ୍କୁ କହୁଥିଲେ ମଧ୍ୟ ସେ କିଛି ଶୁଣନ୍ତି ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.