ଭୟଙ୍କର ବିକୃତ ମାନସିକତା : ଚପଲ ଭିତରେ ଗୁପ୍ତ କ୍ୟାମେରା ରଖି ଯୁବତୀ ଏବଂ ମହିଳାଙ୍କ ଅବୈଧ ଭିଡିଓ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | February 04, 2020 IST

ଥିରୁଅନନ୍ତପୁରମ୍ ୪।୨: କେରଳରେ ରହୁଥିବା ବୈଜୁ ନାମକ ଜଣେ ବ୍ୟକ୍ତିର ଏଭଳି ବିକୃତ ମାନସିକତା ସବୁ ସୀମା ପାର୍ କରିଦେଇଛି । ଏହି ବ୍ୟକ୍ତି ଜଣଙ୍କ ନିଜ ଚପଲରେ ଗୁପ୍ତ କ୍ୟାମେରା ଲଗାଇ ଛାତ୍ରୀ, ଯୁବତୀ ଏବଂ ମହିଳାଙ୍କ ଅବୈଧ ଭିଡିଓ ଉତ୍ତୋଳନ କରୁଥିଲେ କରୁଥିଲେ ।

ସୂଚନାଯୋଗ୍ୟ ଯେ, କେରଳର ଥ୍ରିସୁର ଜିଲ୍ଲାରେ ସ୍କୁଲ ଆର୍ଟ ଫେଷ୍ଟିଭାଲ ‘Kerala Kalolsavam’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଫେଷ୍ଟିଭାଲକୁ ଦେଖିବାକୁ ବୈଜୁ ନାମକ ଜଣେ ବ୍ୟକ୍ତି ମଧ୍ୟ ଆସିଥିଲା । ବ୍ୟକ୍ତି ଜଣକ ନିଜ ଚପଲ ଭିତରେ ଗୁପ୍ତ କ୍ୟାମେରା ଲୁଚାଇ ଫେଷ୍ଟିଭାଲରେ ଭାଗ ନେବାକୁ ଆସିଥିବା ଯୁବତୀ ଏବଂ ମହିଳାମାନଙ୍କ ଅବୈଧ ଭିଡିଓ କରୁଥିଲେ ।

ବୈଜୁର ଆଚରଣ ଦେଖି ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ତାକୁ ଧରି ପଚରାଉଚରା କରିଥିଲା । ଯେତେବେଳେ ପୋଲିସ ବୈଜୁର ତଲାସୀ ନେଇଥିବା ସେତେବେଳେ ଯାହା ମିଳିଥିଲା ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବୈଜୁ ତାର ଚପଲର ଉପରି ଭାଗକୁ କାଟି ତା ଭିତରେ ଏକ ମୋବାଇଲ ରଖିଥିଲା । ସେହି ମୋବାଇଲ ମାଧ୍ୟମରେ ସେ ଯୁବତୀ ଏବଂ ମହିଳାଙ୍କ ଭିଡିଓ ଉତ୍ତୋଳନ କରୁଥିଲା ।

ବୈଜୁ ଏଭଳି ଗୁପ୍ତ କ୍ୟାମେରା ନେଇ ଭିଡ ସ୍ଥାନକୁ ଚାଲିଯାଉଥିଲା । ସେଠାରେ ସେ ଯୁବତୀ ଏବଂ ମହିଳାଙ୍କ ଭିଡିଓ କରିବାରେ ଲାଗିଯାଉଥିଲା । କେବେ କେବେ ତ ସେ ଚପଲକୁ ମଝି ରାସ୍ତାରେ ଛାଡିଦେଉଥିଲା ଏବଂ ଅନ୍ୟ ଏକ ମୋବାଇଲକୁ କନେକ୍ଟ କରି ଦୂରରେ ଥାଇ ସବୁ ଦେଖୁଥିଲା । ପୋଲିସ ବୈଜୁର ଏଭଳି ବିକୃତ ମାନସିକତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଫେଷ୍ଟିଭାଲ ପୂର୍ବରୁ ମଧ୍ୟ ଅନ୍ୟ କେତେକ ସ୍ଥାନରେ ବୈଜୁ ଏଭଳି ଭିଡିଓ ପ୍ରସ୍ତୁତ କରିସାରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.