ପତିଙ୍କ ବନ୍ଧୁ ସହ ଥିଲା ମହିଳାଙ୍କ ଅବୈଧ ସମ୍ପର୍କ : କ୍ୟାମେରାରେ କଏଦ ହେଲା ଆପତ୍ତିଜନକ ଭିଡିଓ, ସୋସିଆଲ ମିଡ଼ିଆରେ ଭିଡିଓ

Published By : Prameya-News7 Bureau | June 15, 2019 IST

ବେଳେବେଳେ ମଣିଷ ଏମିତି କିଛି ଭୁଲ କରି ବସେ ଯେଉଁଥିପାଇଁ ପରେ ପଶ୍ଚାତାପ ହୁଏ । ପଶ୍ଚାତାପ ସହ କରିଥିବା ଭୁଲ ପାଇଁ ଫଳ ମଧ୍ୟ ଭୋଗିବାକୁ ପଡିଥାଏ । ଚୀନ ମୁଡାନଜିଆଙ୍ଗରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଅଫିସ ଯିବା ସମୟରେ ବ୍ୟସ୍ତତା ଭିତରେ, ଘରେ ଥିବା ତାଙ୍କର ଡେସ୍କଟପ କ୍ୟାମେରା ଅଫ୍ କରିବା ଭୁଲି ଯାଇଥିଲେ । ପରେ ଆସି ସେ ଯେତେବେଳେ ଡେସ୍କଟପ୍ କ୍ୟାମେରା ଅନ୍ ଥିବା ଦେଖିଲେ ସେଥିରେ ଏକ ଫୁଟେଜ ଦେଖିବାକୁ ପାଇଲେ । ଫୁଟେଜ ଦେଖି ତାଙ୍କର ହୋସ ଉଡ଼ିଗଲା । ଫୁଟେଜରେ ତାଙ୍କ ପତ୍ନୀ ଏବଂ ତାଙ୍କର ଜଣେ ବନ୍ଧୁ ଆପତ୍ତିଜନକ ଅବସ୍ଥାରେ ଥିଲେ ।  ଯୁବକ ଜଣକ ହେଲେ ୟାଙ୍ଗ । ତାଙ୍କ ଅନୁଯାୟୀ, ଏହି ଭିଡିଓ ୨୦୧୬ ମସିହାରେ ରେକର୍ଡ ହୋଇଥିଲା । ପତ୍ନୀଙ୍କ ଆପତ୍ତିଜନକ ଭିଡିଓ ଦେଖିବା ପରେ ସେ ପତ୍ନୀକୁ ଛାଡପତ୍ର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଗତବର୍ଷ ଶେଷ ଆଡକୁ ଉଭୟ ବିବାହ ବିଚ୍ଛେଦ ହୋଇଥିଲା । 

ଘଟଣା ସମ୍ପର୍କରେ ୟାଙ୍ଗ କିଛି ଦିନ ପୂର୍ବରୁ ଖୁଲାସା କରିଥିଲେ । ସେ କହିଥିଲେ ଯେ, ସେ ଭାବିଥିଲେ ତାଙ୍କ ସିଷ୍ଟମର କ୍ୟାମେରା ଖରାପ ହୋଇଯାଇଛି । ସେଥିପାଇଁ ସେ ତାକୁ ଅଫ୍ ନକରି ଅଫିସ୍ ଚାଲିଗଲେ । କିନ୍ତୁ ଅସଲରେ କ୍ୟାମେରା ଖରାପ ହୋଇନଥିଲା । କ୍ୟାମେରାରେ ତାଙ୍କ ପତ୍ନୀ ଏବଂ ବନ୍ଧୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଏଦ ହୋଇଯାଇଥିଲା । ଘରକୁ ଆସି ୟାଙ୍ଗ ଭିଡିଓ ଦେଖିଥିଲେ । ୟାଙ୍ଗଙ୍କ କହିବାନୁଯାୟୀ ତାଙ୍କ ପତ୍ନୀ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିଲା । କିନ୍ତୁ ଏହି ଅଭିଯୋଗକୁ ୟାଙ୍ଗଙ୍କ ପତ୍ନୀ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ, କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଏକ ଦୁର୍ଘଟଣା ଥିଲା ।

{"id":123207}

ଭିଡିଓ ପାଇଁ ୟାଙ୍ଗଙ୍କ ଜୀବନ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି । କାରଣ ପତ୍ନୀଙ୍କ ସହ ସେ ୨୦ ବର୍ଷ ବୈବାହିକ ଜୀବନ ବିତେଇ ସାରିଥିଲେ । ୟାଙ୍ଗ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର କରିଥିଲେ ।

ୟାଙ୍ଗଙ୍କ ବନ୍ଧୁ ଯାହାଙ୍କ ସହ ତାଙ୍କ ପତ୍ନୀଙ୍କ ଅବୈଧ ସମ୍ପର୍କ ଥିଲେ ସେ ହେଲେ ଲିୟୁ । ଲିୟୁ ପୂର୍ବତନ ମେୟର ଥିଲେ । ଲିୟୁ ଅଧିକାଂଶ ସମୟରେ ୟାଙ୍ଗଙ୍କ ଘରକୁ ଯିବା ଆସିବା କରିଥାନ୍ତି । ଧୀରେ ଧୀରେ ୟାଙ୍ଗଙ୍କ ପତ୍ନୀଙ୍କ ସହ ତାଙ୍କର ସମ୍ପର୍କ ବଢିଥିଲା । ୟାଙ୍ଗଙ୍କ ପତ୍ନୀ ଲିୟୁଙ୍କ ସହ କାମ କରିବା ଆରମ୍ଭ କରିଥିଲେ ।

{"id":123208}

ୟାଙ୍ଗଙ୍କ ପତ୍ନୀଙ୍କ କହିବାନୁଯାୟୀ, ଘଟଣା ଦିନ ଲିୟୁ ନିଶାରେ ଥିଲେ । ସେଥିପାଇଁ ଏହିଭଳି ଏକ ଘଟଣା ଘଟିଯାଇଥିଲା । ପତିଙ୍କ ଅଭିଯୋଗ ଅପମାନଜନକ ବୋଲି କହିଛନ୍ତି ମହିଳା । ମହିଳା ଅଭିଯୋଗ କରିଛନ୍ତି ଯେ, ଭିଡିଓ ଡେସ୍କଟପ କ୍ୟାମେରା ନୁହଁ ବରଂ କୌଣସି ଗୁପ୍ତ କ୍ୟାମେରାରୁ ରେକର୍ଡ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.