Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଭୋକିଲା ଥିବାର ମିଛ ବାହାନା କରି କଣ୍ଟ୍ରୋଲ ରୁମକୁ ଫୋନ କଲେ ଯୁବକ, ଘରୁ ମିଳିଲା ୧୦ ଦିନର ଖାଦ୍ୟ ସାମଗ୍ରୀ

4/04/2020 at 10:55 AM

ଆଲ୍ଲିଗଡ, ୦୪|୦୪: କରୋନା ଭାଇରସକୁ ରୋକିବା ପାଇଁ ସରକାର ଦେଶକୁ ୨୧ ଦିନନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ୧୩୦ କୋଟିରୁ ଅଧିକ ଲୋକଙ୍କୁ ଘରେ ମଧ୍ୟରେ ହିଁ ରହିବାକୁ କୁହାଯାଇଛି । ହି ସମୟରେ ସରକାର ଗରିବ ଓ ଶ୍ରମିକଙ୍କ ପାଇଁ ଅନେକ ବ୍ୟବସ୍ଥା କରୁଛନ୍ତି । ସେମାନଙ୍କ ଘରେ ରାସନ, ଖାଦ୍ୟ ସାମଗ୍ରୀ ପହଁଚାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି । କେହି ଯେପରି ଭୋକିଲା ନରୁହନ୍ତି ସେଦିଗ ଉପରେ ମଧ୍ୟ ନଜର ରଖାଯାଉଛି । କିଛି ଅସୁବିଧାର ସମ୍ମୁଖୀନ ହେଲ ଟୋଲ୍ ଫ୍ରି ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।

କିନ୍ତୁ ଏପରି କିଛି ମାମଲା ଆସିଛି ଯେଉଁଠି କିଛି ଲୋକ ପ୍ରଶାସନକୁ ଜାଣିଶୁଣି ହଇରାଣରେ ପକାଉଛନ୍ତି । କଣ୍ଟ୍ରୋଲ ରୁମ ନମ୍ବରକୁ ଫୋନ କରି ପ୍ରଶାସନିକ ଅଧିକାରୀଙ୍କୁ ଅକଳରେ ପକାଉଛନ୍ତି । ଏପରି ଏକ ମାମଲା ଉତ୍ତରପ୍ରଦେଶର ଆଲ୍ଲିଗଡରେ ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଘରେ ସମସ୍ତ ପ୍ରକାର ସାମଗ୍ରୀ ଥାଇ ମଧ୍ୟ ଫୋନ କରି ଭୋକିଲା ଥିବା କହିଛନ୍ତି ।

ସୂଚନାନୁସାରେ, ଆଲ୍ଲିଗଡର ସିଟି ମାଜିଷ୍ଟ୍ରେଟ ଓ ପୋଲିସ ଏସପି ଯେତେବେଳେ ରାସନ ଓ ଖାଦ୍ୟ ସାମଗ୍ରୀ ନେଇ ଜଣେ ବ୍ୟକ୍ତିଙ୍କ ଘରେ ପହଁଚିଥିଲେ । କିନ୍ତୁ ଘରେ ସେମାନେ ପ୍ରାୟ ୧୦ ଦିନର ରାସନ ସାମଗ୍ରୀ ଦେଖିବାକୁ ପାଇଥିଲେ । ତାଙ୍କ ଘରେ ପନିପରିବା, ଚାଉଳ, ଡାଲି, ଅଟା ସବୁକିଛି ଥିଲା । ଏହାପରେ ମଧ୍ୟ ସେ ପ୍ରଶାସନକୁ ଫୋନ କରି ଭୋକିଲା ଥିବା କହିଥିଲା । ତେବେ ପୋଲିସ ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ଚେତାବନୀ ଦେଇ ଛାଡିଦେଇଛନ୍ତି । ଭବିଷ୍ୟତରେ ଏପରି ନକରିବା ପାଇଁ ବ୍ୟକ୍ତିଙ୍କୁ ତାଗିଦ ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଜଣଙ୍କ କ୍ଷମା ମାଗିଥିଲେ ।

   Related Posts