ଝାରସୁଗୁଡା ନାବାଳିକା ହରିଆଣାରେ ବିକ୍ରି ! ବିବାହ ପାଇଁ ୨ଲକ୍ଷ ଟଙ୍କାରେ କିଣି ୨ମାସ ଧରି ଦେଉଥିଲେ ଯୌନ ନିର୍ଯାତନା

Published By : Prameya-News7 Bureau | January 05, 2019 IST

ଝାରସୁଗୁଡା ୫|୧: ହରିଆନା ଭିବାନୀର ଜଣେ ବ୍ୟକ୍ତି ଜଣେ ନାବାଳିକାକୁ ବିବାହ କରିବା ପାଇଁ ୨ଲକ୍ଷ ଟଙ୍କାରେ କିଣିଥିବା ଅଭିଯୋଗ ହୋଇଛି । ପୋଲିସ ଏ ଘଟଣାରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ମାଙ୍କୁ ଗିରଫ କରିଛି । ଖବରଟି ସେତେବେଳେ ଜଣାପଡିଥିଲା ଯେତେବେଳେ ନାବାଳିକା ଜଣଙ୍କ ୨ମହଲା ଛାତରୁ ଡେଇଁ ପଡି ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ପଡୋଶୀମାନେ ଏ ବିଷୟରେ ଜାଣିପାରି ପୋଲିସକୁ ଖବର ଦେଇଥିଲେ ।

{"id":70518}

ସୂଚନା ଅନୁସାରେ ନାବାଳିକାଙ୍କୁ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ହରିଆଣା ଆଣିଥିଲେ । ସେଠାରେ ସେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ମାଙ୍କୁ ୨ଲକ୍ଷ ଟଙ୍କା ନେଇ ନାବାଳିକାକୁ ବିକ୍ରି କରିଦେଇଥିଲେ । ନାବାଳିକାଙ୍କ ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଜବରଦସ୍ତି ଏକ ମନ୍ଦିରରରେ ବିବାହ କରିଥିଲେ । ଝିଅଟିକୁ ନଜରବନ୍ଦୀ କରି ରଖିଥିଲେ । ୨ମାସ ହେବ ତାଙ୍କୁ ଯୌନ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ।

{"id":70519}

ଖବର ଅନୁସାରେ ନାବାଳିକା ଜଣଙ୍କ ଝାରସୁଗୁଡାର । ତାଙ୍କୁ ତାଙ୍କର ଜଣେ ସଂପର୍କୀୟ ବୁଲାଇବା ବାହାନାରେ ହରିଆନା ନେଇଯାଇଥିଲେ । ସେଠାରେ ଜଣେ ବ୍ୟକ୍ତି ସନ୍ଦୀପ ବାନିଙ୍କୁ ୨ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କୁ ତୁରନ୍ତ ଝିଅଟିକୁ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲା ପ୍ରଶାସନ ଦୁଇଟି ପୃଥକ ପୃଥକ ଟିମ୍ ଗଠନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଦସ୍ୟ ବିଶିଷ୍ଟ ଦୁଇଟି ଟିମ୍ ହରିଆନା ଗସ୍ତ କରିଛନ୍ତି । ଗୋଟିଏ ଟିମ୍  ଝିଅଟିକୁ ଉଦ୍ଧାର କରିବ ଓ ଅନ୍ୟ ଟିମଟି ଘଟଣାର ତଦନ୍ତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.