ବ୍ୟାଙ୍କ ଖାତାକୁ ହଠାତ୍ ଆସିଲା ଏକ କୋଟି : ଖର୍ଚ୍ଚ କଲେ ମନ ଇଚ୍ଛା , ଏବେ ବ୍ୟାଙ୍କ ମାଗୁଛି ଟଙ୍କା…

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଳୀ ୧୫।୧୧ :  ବ୍ୟାଙ୍କର ଭୁଲ ହେତୁ ଜଣେ ବ୍ୟକ୍ତଙ୍କ ଭାଗ୍ୟ ଏବେ ସଙ୍କଟରେ । କଣ କରିବେ ଜାଣି ପାରୁ ନାହାନ୍ତି ।  ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏକ ଗୁରୁତର ସଙ୍କଟରେ ଫସି ଯାଇଛନ୍ତି। ସେ ନିଜର ଟଙ୍କା ଭାବି ଏକ ବିଳାସପୂର୍ଣ୍ଣ ଘର କିଣିଥିଲେ । ବର୍ତ୍ତମାନ ସେହି ଟଙ୍କାକୁ ସୁଧ ସହିତ ଫେରସ୍ତ କରୁଛନ୍ତି । ହେଲେ ବ୍ୟକ୍ତି କଣ କରିବେ ବୁଝିପାରୁ ନାହାନ୍ତି ।

ତେବେ ଖବର ଅନୁଯାୟୀ, ବ୍ରିଟେନର ନର୍ରଫ୍ଲୋକ୍‌ରେ ରହୁଥିବା ରସେଲ ଆଲେକ୍ସଜାଣ୍ଡାରଙ୍କ ଆକାଉଣ୍ଟରେ ୧.୦୯ କୋଟି ଜମା କରାଯାଇଥିଲା। ଯେତେବେଳେ ରସେଲ ତାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ହୋସ୍ ଉଡ଼ି ଯାଇଥିଲା । ଏହା ଦେଖି ସେ ତୁରନ୍ତ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହା ଉପରେ ସେ ବ୍ୟାଙ୍କର ୱେବସାଇଟ୍ ଚାଟ୍ ସେବା ସହିତ ଯୋଗାଯୋଗ କରିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। କିଛି ସମୟ ପରେ ସେ ବ୍ୟାଙ୍କକୁ ଫୋନ୍‌ କରିଥିଲେ । ଏନେଇ ରସେଲ କରିଛନ୍ତି ଯେ ବ୍ୟାଙ୍କ ଅଧିକାରୀ ତାଙ୍କୁ କହିଥିଲେ ଯେ ଏହା ବ୍ୟାଙ୍କରୁ ତରଫରୁ କୁହାଯାଇଥିଲା ଯେ ସେମାନେ ଏହି ଟଙ୍କା ନିଜ ଅଧିନରେ ତଥା ଏହି ଟଙ୍କା ସିଧାସଳଖ ଉତ୍ତରାଧିକାଙ୍କ ପାଣ୍ଠି ପରି ଦେଖାଯାଉଛି ତେଣୁ ସେ ଏହାକୁ ବ୍ୟବହାର କରିପାରିବେ। ଏହା ଶୁଣିବା ପରେ ରସେଲଙ୍କ ଖୁସିରେ ସୀମା ରହି ନଥିଲା । ସେ ସେହି ପଇସାରେ ଏକ ବିଳାସପୂର୍ଣ୍ଣ ଘର କିଣିଥିଲେ । ଏହା ପରେ, ରସେଲ ତାଙ୍କ ପୁରୁଣା ସାତ ବଖରା ଘର ବିକ୍ରୟ କରି ୨.୩୬ କୋଟି ଟଙ୍କା ମୂଲ୍ୟର ଏକ ନୂଆ ଘର କିଣିଲେ ।

ପ୍ରାୟ ନଅ ମାସ ପରେ ବ୍ୟାଙ୍କ ନିଜର ଭୁଲ ବୁଝି ପାରିଛି ଏବଂ ବର୍ତ୍ତମାନ ସେ ୫୪ ବର୍ଷିୟ ରସେଲଙ୍କୁ ସୁଧ ସହିତ ପୁରା ଟଙ୍କା ଫେରସ୍ତ କରିବାକୁ କହିଛି। ବ୍ୟାଙ୍କ କହିଛି ଯେ ଭୁଲରେ କେହି ରସେଲଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ ତେଣୁ ବର୍ତ୍ତମାନ ସେମାନଙ୍କୁ ସେହି ଟଙ୍କା ଫେରସ୍ତ କରିବାକୁ ପଡିବ। ହେଲେ ରସେଲ ଅଭିଯୋଗ କରିଛନ୍ତି ଯେ ବ୍ୟାଙ୍କ ମଧ୍ୟ ତାଙ୍କ ଘର ଜବତ କରିଛି ଏବଂ ସେ ବହୁତ ଛୋଟ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ସେ କହିଛନ୍ତି, 'ଯଦି ମୋ ଆକାଉଣ୍ଟରେ ଏକ କୋଟି ଟଙ୍କା ନ ପାଇଥାନ୍ତି, ତେବେ ମୁଁ କେବେ ନୂଆ ଘର କିଣି ନଥାନ୍ତି । ବ୍ୟାଙ୍କର ଗୋଟିଏ ଭୁଲ ମୋ ଜୀବନକୁ ନଷ୍ଟ କରିଦେଇଛି। ଏଥି ପାଇଁ କ୍ଷତିପୂରଣ ହିସାବରେ ବ୍ୟାଙ୍କ ମୋତେ ୫୦୦ ପାଉଣ୍ଡ ପ୍ରଦାନ କରୁଛି। ହେଲେ ସେଥିରେ ମୋର କଣ ଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.