ଭାଗ୍ୟ ଏମିତି ଖୋଲେ: ଏକା ଥରକେ କିଣିଲେ ୨୫ ଲଟେରୀ ଟିକେଟ୍, ସବୁ ଯାକ ଉଠିଲା, ଜିତିଲେ ୯୪ ଲକ୍ଷ ଟଙ୍କା

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: କୁହାଯାଏ ଭାଗ୍ୟରେ ଥିଲେ ଲଟେରୀ ମିଳେ। ଲଟେରୀରେ କିଛି ଜିତିବା ଜୀବନକାଳରେ ଥରେ ଅଧେ ଏମିତି ହିଁ ଘଟିଥାଏ। ହେଲେ ଏମିତି ଜଣେ ବ୍ୟକ୍ତି ଯିଏ ଥରେ କି ଦୁଇ ଥର ନୁହେଁ କି ତିନି ଥର ବି ନୁହେଁ ୨୫ ଥର ଲଟେରୀ ଜିତିଛନ୍ତି। ଏହି ବ୍ୟକ୍ତି ଜଣକ  ହେଉଛନ୍ତି ଆମେରିକାର ଭର୍ଜିନିଆ ସହରର ବାସିନ୍ଦା। ସେ ଏବେ ଲଟେରୀ ଜିତିବାରେ ଭାଗ୍ୟର ପରିଭାଷାକୁ  ବଦଳାଇ ଦେଇଛନ୍ତି।

ରେମଣ୍ଡ ହରିଙ୍ଗନ ଗୋଟିଏ ଡ୍ରଇଁ ପାଇଁ ୨୫ଟି ସମାନ ଲଟେରୀ କିଣିଥିଲେ। ହେଲେ  ଭାଗ୍ୟଦେବୀ ତାଙ୍କ ଉପରେ ଏତେ ପ୍ରସନ୍ନ ଥିଲେ ଯେ, ସେ ଥରେ କି ଦୁଇ ଥର ନୁହେଁ କିଣି ଥିବା ସମସ୍ତ ସମସ୍ତ ୨୫ ଲଟେରୀ ଟିକେଟ୍ ଜିତିଛନ୍ତି। ଏହି ପରି ସେ ଏବେ ୧,୨୫,୦୦୦ ଡଲାରର ଧନୀ ବ୍ୟକ୍ତି ହୋଇଛନ୍ତି।

ହେରିଙ୍ଗଟନ ଭର୍ଜିନିଆ ସମୁଦ୍ର କୂଳରେ ଏକ ଓ୍ଵେଗନାମ ଷ୍ଟୋର ଯାଇଥିଲେ ଏବଂ  ଭର୍ଜିନିଆ ଲଟେରୀରର ଜୁଲାଇ ୧୭ ‘ପିକ ୪’ ଡ୍ରଇଂ ପାଇଁ ୨୫ ଟିକେଟ୍ କିଣି ଥିଲେ। ଯେବେ ଲଟେରୀ ଉଠାଣ ହେଲା ହେରିଙ୍ଗଟନଙ୍କୁ ସେଠାରେ ରହିବାକୁ କୁହାଯାଇଥିଲା। କାରଣ ସେ ଗୋଟିଏ ପରେ ଗୋଟିଏ ଲଟେରୀ ଜିତି ଚାଲିଥିଲେ।

ସେ ପ୍ରତ୍ୟେକ ଲଟେରୀରେ ୫୦୦୦ ଡଲାର ଜିତି ଚାଲିଥିଲେ। ଏହି ପରି ୨୫ଟି ଲଟେରୀ ଜିତିବା ପରେ ସେ ପୁରସ୍କାର ଭାବେ ମୋଟ୍ ୧,୨୫,୦୦୦ ଡଲାର ବା ୯୪ ଲକ୍ଷ ଟଙ୍କା ପାଇଥିଲେ। ହେରିଙ୍ଗଟନ ଜିତିଥିବା ଅର୍ଥକୁ ନିଜ ପୁଅଙ୍କ କଲେଜ ପଢାରେ ଖର୍ଚ୍ଚ କରିବାକୁ ଚାହୁଁଥିବା କହିଛନ୍ତି।

ଗତ ଏପ୍ରିଲ ମାସରେ ଏମିତି ଜଣେ ଲଟେରୀ ଖେଳାଳି ଥିଲେ ଯିଏ ଗତ ୩୦ ବର୍ଷ ହେବ ଗୋଟିଏ ନମ୍ବରରେ ଲଟେରୀ ଖେଳି ଚାଲିଛନ୍ତି। ସୌଭାଗ୍ୟବଶତଃ ଦିନେ ସେ ୧ ମିଲିୟନ ଡଲାରର ଅର୍ଥ ରାଶି ଜିତିଥିଲେ। ସେହି ପରି କୋଲୋରାଡୋର ପୁଏବ୍ଲୋ ଜୋୟ ବି ନାମକ ଆଉ ଜଣେ ବ୍ୟକ୍ତି ମାର୍ଚ୍ଚ ୨୫ରେ ପାଓ୍ଵାରବଲ ଜିତିଥିଲେ। ହେଲେ ଆମେରିକାରେ କରୋନା ଭାଇରସ୍‌ କଟକଣା କାରଣରୁ ଲଟେରୀ ଜିତିବାର ଗୋଟିଏ ମାସ ପରେ ସେ ନିଜର ପୁରସ୍କାର ରାଶି ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.