ସ୍ତ୍ରୀକୁ ଲୁହା ଧୁରମୁସରେ ଛେଚି ନିର୍ମମ ଭାବରେ ହତ୍ୟା କରି ପେଟ୍ରୋଲ ପକାଇ ଜାଳିଦେଲା ନୃଶଂସ ସ୍ବାମୀ : ଥାନାରେ କଲା ଆତ୍ମସମର୍ପଣ, ଜାଣନ୍ତୁ କାରଣ କ’ଣ…
25/10/2019 at 3:10 PM

ଜଗତସିଂହପୁର ୨୫|୧୦: ସ୍ତ୍ରୀ କୁ ଲୁହା ଧୁରମୁସରେ ଛେଚି ଅତି ନିର୍ମମ ଭାବରେ ହତ୍ୟା କରି ପେଟ୍ରୋଲ ପକାଇ ଜାଳି ଦେବା ପରେ ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ସ୍ବାମୀ । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ସାନ ତିହଡ଼ା ଗାଁରେ । ଅଭିଯୋଗ ପାଇବା ପରେ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦଶ ଦିଗପାଳ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ଯାହାର ହାତ ଧରି ଯାହାକୁ ସାତ ଜନ୍ମ ପାଇଁ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲା ସେହି ନୃଶଂସ ହାତରେ ତାକୁ ଅତି ନିର୍ମମ ଭାବରେ ହତ୍ୟା କଲା ସ୍ବାମୀ । ତାକୁ ଲୁହା ଧୁରମୁସରେ ଛେଚି ହତ୍ୟା କରିବା ପରେ ବାଇକରୁ ପେଟ୍ରୋଲ କାଢି ନିଆଁ ଲଗାଇ ପୋଡି ଦେଲା ସ୍ବାମୀ । ଆଉ ଏହି କାଣ୍ଡ ଘଟାଇବା ପରେ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ।

ସଦର ଥାନା ବରାଗୋଳ ପଂଚାୟତ ସାନ ତିହାଡ଼ା ଗାଁର ରୁଦ୍ର ପ୍ରସନ୍ନ ରାଉତ ଗତ ୯ ବର୍ଷ ତଳେ ନିକଟସ୍ଥ ଆମ୍ବ ଦରଡା ଗାଁର ପ୍ରଶାନ୍ତ ଖଟୁଆଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ । ସ୍ବାମୀ ରୁଦ୍ର ବାହାରେ ରହି ରୋଜଗାର କରୁଥିବା ବେଳେ ଗତ କିଛି ମାସ ହେବ ଚାକିରୀ ହରାଇ ଗାଁରେ ରହୁଛନ୍ତି । ଫଳରେ ରୋଜଗାର ହରାଇବା ଯୋଗୁଁ ଅଭାବ ଆନାଟନ ଲାଗି ରହିବା ଘଟଣାକୁ ନେଇ ବିଭିନ୍ନ ସମୟରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା ।
ତେବେ ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଅଧିକ ଝଗଡା ହେବା ପରେ ରୁଦ୍ର ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ଲୁହା ଧୁରମୁସରେ ରଶ୍ମିତାଙ୍କ ମୁଣ୍ଡକୁ ଅତି ନିର୍ମମ ଭାବରେ ଛେଚି ହତ୍ୟା କରିବା ପରେ ବାଇକରୁ ପେଟ୍ରୋଲ କାଢି ମୃତ ଦେହରେ ନିଆଁ ଲଗାଇ ପୋଡି ଦେଇଥିଲା ।

ମୃତ ଦେହଟି ପ୍ରାୟ ୯୫ଭାଗ ପୋଡି ଯାଇଥିବାର ଦେଖା ଯାଇଛି । ନିଛାଟିଆ ଯାଗାରେ ଘର ହୋଇ ଥିବା ସହ ଏହି ଘରେ କେବଳ ଏହି ଦମ୍ପତି ରହୁଥିବାରୁ ରାତି ସାରା ଏହି କାଣ୍ଡ ଘଟି ଥିଲେ ମଧ୍ୟ କେହି ଏ ବାବଦରେ ଜାଣି ପାରିନଥିଲେ । ହେଲେ ସକାଳୁ ଅଭିଯୁକ୍ତ ସ୍ବାମୀ ଏହି କାଣ୍ଡ ଘଟାଇବା ପରେ ନିଜେ ୭କିଲୋ ମିଟର ଚାଲି ଚାଲି ଯାଇ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରି ସବୁ କଥା ସ୍ଵୀକାର କରିଛି ।
ଏହି ବାବଦରେ ଖବର ପାଇବା ପରେ ମୃତ ରଶ୍ମିତାଙ୍କ ବାପ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଝିଅକୁ ହତ୍ୟା କରାଯାଇ ଥିବାର ଜଗତସିଂହପୁର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହାର ସଠିକ ତଦନ୍ତ କରିବା ପାଇଁ ମୃତ ରଶ୍ମିତାଙ୍କ ବାପା ଦାବି କରିଛନ୍ତି ।

ଅଭିଯୁକ୍ତ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ଗିରଫ କରିବା ସହ ସାଇଣ୍ଟିଫିକି ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବା ସହ ଅଭିଯୁକ୍ତ ହତ୍ୟାକାରୀ ବୋଲି ସ୍ବୀକାର କରିଥିବାରୁ ସେ କିପରି ଓ କହଁ କି କେଉଁ ପରିସ୍ଥିତିରେ ତାକୁ ଏତେ ନୃଶଂସ ଭାବରେ ହତ୍ୟା କଲା ପୋଲିସ ସେ ବାବଦରେ ଅଧିକ ତଦନ୍ତ ଚଳାଇଛି ।
ସ୍ବାମୀ ନିଜର ସ୍ତ୍ରୀକୁ ଏପରି ନିର୍ମମ ତଥା ବିଭତ୍ସ ଭାବରେ ହତ୍ୟା କରିବା ଘଟଣା ସାରା ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ହତ୍ୟାକାରୀ କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆ ଯିବା ଜରୁରୀ ଆଵଶ୍ୟକତା ରହିଛି ।