ଦୁଷ୍କର୍ମ କରି ମହିଳାଙ୍କ ଦେହରେ ନିଆଁ ଲଗାଇଦେଲା ଯୁବକ ; ସେହି ନିଆଁରେ ଦୁଷ୍କର୍ମକାରୀଙ୍କୁ ପୋଡି ମାରିଦେଲେ ମହିଳା

Published By : Prameya-News7 Bureau | March 06, 2019 IST

ମାଲଦା ୬|୩ : ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ଦେଲେ ଯୁବକ । ମାତ୍ର ସଂପୃକ୍ତ ଯୁବକଙ୍କର ନିଆଁରେ ଜଳି ମୃତ୍ୟୁ ହୋଇଯାଇଛି ଯେତେବେଳେ ମହିଳା ଜଣଙ୍କ ସଂପୃକ୍ତ ଯୁବକଙ୍କୁ ନିଆଁକୁ ଟାଣିଆଣିଥିଲେ । ଯୁବକ ଜଣଙ୍କ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ସ୍ପଷ୍ଟ କରିଛି । ପୋଲିସ ସୂଚନା ଅନୁସାରେ ମହିଳା ଜଣକ ଏବେ ମାଲଦା ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକ ତାଙ୍କୁ ବାରମ୍ବାର ହଇରାଣ ହରକତ କରୁଥିଲେ। ସୋମବାର ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସଂପୃକ୍ତ ଯୁବକ ତାଙ୍କ ଘରେ ପଶିଥିଲେ। ବିଧବା ମହିଳା ଜଣଙ୍କ କହିଛନ୍ତି ଯେ, ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ଦେଇଥିଲେ । ମହିଳା ଜଣଙ୍କ ଜଳୁଥିବା ଅବସ୍ଥାରେ ଯୁବକଙ୍କୁ ଜାବୁଡି ଧରି ପକାଇଥିଲେ। ତାଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ଘର ଭିତରକୁ ଯାଇ ଦେଖିଥିଲେ । ଘର ଭିତରେ ଉଭୟେ ନିଆଁରେ ଜଳୁଥିଲେ । ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ସେମାନଙ୍କୁ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ଯାଞ୍ଚ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.