Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ବିବାହିତା ମହିଳାଙ୍କ ସହ ପରକୀୟା ପ୍ରୀତି ପଡିଲା ମହଙ୍ଗା : ପୋଡି ମାରିଦେଲେ ଗୋଟିଏ ଛୁଆର ବାପାକୁ… !!

7/10/2019 at 12:30 PM

ଜଗତସିଂହପୁର ୭/୧୦: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗାଁ ପ୍ରାଥମିକ ଵିଦ୍ୟାଳୟ ଛାତ ଉପରୁ ଗତ କାଲି ଅର୍ଧ ଦଗ୍ଧ  ଅବସ୍ଥାରେ  ମିଳିଥିବା ମୃତ ବ୍ୟକ୍ତିଙ୍କର  ପରିଚୟ ମିଳିଛି  । ମୃତକ ନୟାଗଡ଼ ଜିଲା ଚାନ୍ଦପୁର ଥାନା କୋକାକାଇ ଗାଁର  କୃଷ୍ଣଚନ୍ଦ୍ର ଚମ୍ପତିରାୟ । ପରକିୟା  ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରା ଯାଇ ଥିବାର ତାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମିଳିଲା ମୃତକଙ୍କ ପରିଚୟ । ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆଜି ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଛି । ପରକିୟା  ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ହୋଇଛି ଅଭିଯୋଗ ।କାଞ୍ଚନପୁର  କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗତ ୮ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଘରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେବା ସହ  ତାଙ୍କର ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କୃଷ୍ଣଚନ୍ଦ୍ର ଓ ମଧୁଙ୍କର ଜଏଣ୍ଟ ଫଟୋ ହସ୍ତଗତ ହୋଇଥିବା ବେଳେ ଏହି ଫଟୋରେ କୃଷ୍ଣଚନ୍ଦ୍ରଙ୍କର ମୁହଁରେ ନାଲି ରଙ୍ଗର ଛକି ମରା ଯାଇଥିବାର ଦେଖା ଯାଇଛି । ତେବେ ଏ ଛକି କିଏ ମାରିଲା ଓ କାହିଁକି ଛକି ମାରିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସମ୍ପୃକ୍ତା ମହିଳା ମଧୁହିଁ ତାଙ୍କୁ ଡକାଇ ହତ୍ୟା କରିଥିବାର ଅଭିଯୋଗ ହେଉଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦା ଗାଁ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଏହି ଘଟଣା ଘଟିଥିବା ବେଳେ  ଗତ ଶନିବାର ଦିନ  ବିଳମ୍ବିତ ରାତିରେ ଗ୍ରାମବାସୀ ମାନେ  ନିକଟସ୍ଥ ମନ୍ଦିରରେ ପୂଜା କରୁଥିବା ବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର ଶୁଭି ଥିଲା । ପାଟି  ଶୁଣି  ଗ୍ରାମବାସୀ ମାନେ ସ୍କୁଲ ନିକଟରେ ପହଁଚି ଦେଖନ୍ତିତ ଜଣେ ବ୍ୟକ୍ତି ସ୍କୁଲ ଛାତ ଉପରେ ପୋଡି ଯାଉଛି । ଗ୍ରାମବାସୀ ମାନେ ତାଙ୍କ ଦେହରୁ ନିଆଁ ଲିଭାଇବା ସହ ବାଲିକୁଦା ପୋଲିସକୁ ଖବର ଦେଇଥିଲେ । ଏଥି ସହିତ ଗ୍ରାମବାସୀ ମାନେ ଆମ୍ବୁଲାନ୍ସ ଡକାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  ସମ୍ପୃକ୍ତ ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ତାଙ୍କର ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି କହିଥିଲେ ମଧ୍ୟ ନିଜର ନାଁ କହି ପାରି ନଥିଲେ । ତାପୂର୍ବରୁ ତାଙ୍କର ପାଟି ବନ୍ଦ ହୋଇ ଯାଇଥିଲା ।

ଘଟଣା ସ୍ଥଳରେ ବାଲିକୁଦା ପୋଲିସ ଓ ଜଗତସିଂହପୁର ଏସ୍ଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲ ଏବେ ଛୁଟି ଥିବା ବେଳେ ଏହି ବ୍ୟକ୍ତି ଜଣକ  ସ୍କୁଲ ଛାତ ଉପରକୁ କିପରି ଆସିଲେ ଓ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ବାବଦରେ ପୋଲିସ ତଦନ୍ତ ଚଳାଇଛି ।

ବିଲୁଆଖାଇ ନଦୀ ପଠାରୁ ଅଖା ଭିତରୁ ନର୍ସ ଙ୍କ ଶବ ମିଳିବା ଘଟଣା ସାରା ଜିଲାରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ପ୍ରେମକୁ ନେଇ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ମିଳିବା ଘଟଣା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts