Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||
  • ଲମତାପୁଟ : ନିଜକୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା !
  • ||
  • ଖଲ୍ଲିକୋଟ : ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ
  • ||
  • ପୁର : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ
  • ||
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ସାନିଟାଇଜର ବୋତଲରେ ନିଆଁ ଲାଗି ଜଣେ ମୃତ

3/09/2020 at 1:58 PM

ନାସିକ ୩/୯: ଦେଶରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ କରୋନା ଭାଇରସର ମାମଲା ବୃଦ୍ଧି ପାଉଛି। କରୋନା ଭାଇରସରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ସାବଧାନତା ଅବଲମ୍ବନ କରୁଛନ୍ତି। ଲୋକେ ବହୁଳ ଭାବରେ ସାନିଟାଇଜର ବ୍ୟବହାର କରୁଛନ୍ତି। ଏବେ ସାନିଟାଇଜର କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି।

କରୋନା ଭାଇରସର ସଙ୍କଟ ସାମନାକୁ ଆସିବା ପରେ ସାନିଟାଇଜର ବ୍ୟବହାର କରିବା ସାଧାରଣ ହୋଇଗଲାଣି। ମହାରାଷ୍ଟ୍ରରେ ସାନିଟାଇଜର ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। ସାନିଟାଇଜର କାରଣରୁ ନିଆଁ ଲାଗିଯିବାରୁ ବ୍ୟକ୍ତି ଜଳି ଯାଇଥିଲେ ଏବଂ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ମହାରା​ଷ୍ଟ୍ରର ନାସିକରେ ଜଣେ ୫୬ବର୍ଷ ବୟସ୍କ ବ୍ୟକ୍ତି ସାନିଟାଇଜର କାରଣରୁ ନିଆଁରେ ପୋଡ଼ି ଯାଇଥିଲେ। ଏହା କାରଣରୁ ତାଙ୍କ ଶରୀର ୬୮ପ୍ରତିଶତ ଜଳି ଯାଇଥିଲା। ଯାହା ପରେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସେ ଆଖି ବୁଜି ଦେଇଥିଲେ।

   Related Posts