ନିଆଁରେ ଜଳି ଯୁବକ ଜୀବନ୍ତ ଦଗ୍ଧ
28/11/2018 at 10:12 AM

ବଲାଙ୍ଗୀର ୨୮/୧୧: ବଲାଙ୍ଗୀରରେ ନିଆଁରେ ଜଳି ଯୁବକ ଜୀବନ୍ତ ଦଗ୍ଧ । ନିଜ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ଟାଉନ ଥାନା ଅନ୍ତର୍ଗତ ଲ କଲେଜ ନିକଟରେ ଏହି ଅଘଟଣ ଘଟିଛି। ମୃତ ଯୁବକ ହେଲେ ମାଲପଡାର ସୁରଜ ଖେତି। ଲ କଲେଜ ନିକଟରେ ଚା ଦୋକାନ କରିଥିଲେ ସୁରଜ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଏନେଇ ତଦନ୍ତ ଚଳାଇଛି।
Related Posts
ଓଭରବ୍ରିଜ୍ ଓ୍ବାଲ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
12 April 2021