ମଦ ପିଇବାକୁ ମନା କରିବାରୁ ସ୍ତ୍ରୀ ଏବଂ ଅଢ଼େଇ ବର୍ଷର ପୁଅକୁ ଜୀଅନ୍ତା ଜାଳିଦେଲା ସ୍ବାମୀ

Published By : Prameya-News7 Bureau | March 03, 2020 IST

ଭାଗଲପୁର ୩/୩: ଗୋଡ୍ଡା ଜିଲ୍ଲାର ମହଗାମାରେ ରାଣୀ ତାଙ୍କ ସ୍ବାମୀ କୁନ୍ଦନ କାମତିଙ୍କୁ ମଦ ପିଇବାକୁ ମନା କରିବାରୁ ସେ ରାଗି ଯାଇ ରାଣୀ ଏବଂ ଅଢ଼େଇ ବର୍ଷର ପୁଅ ହିମାଂଶୁ କୁମାରଙ୍କୁ କିରୋସିନି ଢ଼ାଳି ଜୀଅନ୍ତା ଜଳାଇ ଦେଇଛି। ଘଟଣାଟି ଘଟିଛି ରବିବାର ଦିନ। ସୋମବାର ମା-ପୁଅଙ୍କ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି।

ରାଣୀଙ୍କ ବାପା କହିଥିଲେ ଯେ ୬ବର୍ଷ ତଳେ ତାଙ୍କ ଝିଅ ରାଣୀଙ୍କ ବିବାହ ଗୋଡ୍ଡା ଜିଲ୍ଲାର ମହଗାମାରେ ରହୁଥିବା କୁନ୍ଦନ କାମତୀ ସହ ହୋଇଥିଲା। ବିବାହ ପରେ ତାଙ୍କୁ ଜଣା ପଡ଼ିଥିଲା ଯେ ତାଙ୍କ ଜ୍ବାଇଁ ଜଣେ ମଦୁଆ। ସେ ମଦ ପିଇବା ପରେ ରାଣୀଙ୍କୁ ପିଟୁଥିଲା। ସେହିପରି ରବିବାର ଦିନ କୁନ୍ଦନ ପୁଣି ଥରେ ମଦ ପିଇ ଆସିଥିଲା। ରାଣୀ ମଦ ପିଇବାକୁ ନେଇ ବିରୋଧ କରିବାରୁ ସେ ରାଣୀ ଏବଂ ତାଙ୍କ ନାତିଙ୍କୁ ଗୋଟିଏ ରୁମରେ ବନ୍ଦ କରି କିରୋସିନି ଢାଳି ପୋଡ଼ି ଦେଇଥିଲେ। ଗୁରୁତର ଭାବେ ପୋଡ଼ି ଯାଇଥିବା ରାଣୀ ଏବଂ ନାତିଙ୍କୁ ଚିକିତ୍ସା ପାଇଁ ଗୋଡ୍ଡାରୁ ମାୟାଗଞ୍ଜ ହସ୍ପିଟାଲକୁ ରେଫର କରି ଦିଆଯାଇଥିଲା। ଏଠାରେ ଚିକିତ୍ସା ସମୟରେ ସୋମବାର ମା-ପୁଅଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ନାତିର ମୃତ୍ୟୁ ହୋଇଥିଲା ତା’ପରେ ଝିଅ ଆଖି ବୁଜି ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.