ଦୁଷ୍କର୍ମ ପାପ ଲୁଚାଇବାକୁ ହତ୍ୟା ଉଦ୍ୟମ , ପୀଡିତାଙ୍କ ଦେହରେ ନିଆଁ ଲଗାଇଦେଲା ଅଭିଯୁକ୍ତ

Published By : Prameya-News7 Bureau | December 09, 2019 IST

ମୁଜାଫରପୁର ୦୯।୧୨: ପ୍ରଥମେ ହାଇଦ୍ରାବାଦ, ପରେ ଉନ୍ନାଓ ତାପରେ ତ୍ରିପୁରା  ବିହାରରେ ଯୁବତୀଙ୍କୁ ଜୀଅନ୍ତା ନିଆଁରେ ପୋଡିଦେବା ଘଟଣା ସାମ୍ନାକୁ ଆସିଛି । ବିହାରର ମୁଜାଫରପୁରରେ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳି ଜଣେ ବ୍ୟକ୍ତି ହତ୍ୟା ଉଦ୍ୟମ କରିଛି ।  

wp:core-embed/twitter {"url":"https://twitter.com/ANI/status/1203772636456574976","type":"rich","providerNameSlug":"twitter","className":""}
https://twitter.com/ANI/status/1203772636456574976
/wp:core-embed/twitter

ସୂଚନାଯୋଗ୍ୟ ଯେ, ମୁଜାଫରପୁର ଜିଲ୍ଲାରେ ଶନିବାର ଦିନ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ଯୁବତୀଙ୍କୁ ଜୀଅନ୍ତା ଜାଳି ହତ୍ୟା ଉଦ୍ୟମ କରାଯାଇଛି । ଯୁବତୀ ଜଣଙ୍କ ନିଆଁରେ ୮୦ ପ୍ରତିଶତ ଜଳିଯାଇଛନ୍ଚତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି କହିଛି ଯେ, ପୀଡ଼ିତା ମାଙ୍କ ବୟାନ ଆଧାରରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୋଲିସ ଟିମ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି । କିନ୍ତୁ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.