Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ, ନିମଷକେ ବାହାରିଲା ଧୂଆଁ

11/10/2021 at 9:36 PM

ନବରଙ୍ଗପୁର, ୧୧/୧୦: ୧୧ କେଭି ବିଦ୍ୟୁତ୍‌ ଲାଇନ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଜିଅନ୍ତା ଜଳିଯାଇ ଥିବା ଜଣାପଡ଼ିଛି । ପ୍ରାଣଘାତକ ହାଇଭୋଲ୍‌ଟେଜ୍‌ ଲାଇନ୍‌ ତାର ଯୁବକଙ୍କୁ ଟାଣି ନେଇ ଆଖି ପିଛୁଳାକେ ଶରୀରରୁ ଧୂଆଁ ବାହର କରି ଜୀବନ ନେଇଯାଇଛି । ଏଭଳି ଲୋମଟାଙ୍କୁରା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ।

ଘଟଣା ଅନୁସାରେ, ମୃତ ଯୁବକ ଡାବୁଗାଁର ହାଟପଦାର ଜଗଦୀଶ ଜାନୀ । ସେ ଡାବୁଗାଁ ବସ୍‌ଷ୍ଟାଣ୍ଡ ନିକଟ ରାଜେଶ ରଓଙ୍କ ହାର୍ଡୱେୟାର ଦୋକାନରେ କାମ କରୁଥିଲେ । ଆଜି ସନ୍ଧ୍ୟାରେ ଦୋକାନୀଙ୍କ ୨ ମହଲା କୋଠାର ଏକ ବଖରାରୁ ଲୁହା ପାଇପ୍‌ ନେଉଥିବା ବେଳେ ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ଜଗଦୀଶ କରେଣ୍ଡ୍‌ ଟାଣି ନେଇଥିଲା । ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ସରବରାହ ସଂସ୍ପର୍ଶରେ ଆସିବା କ୍ଷଣି ଆଖି ପିଛୁଳାକେ ତାଙ୍କ ଶରୀର ଜଳି ଯାଇଥିଲା । ଦୋକାନ ମାଲିକ ୨ ମହଲା ଉପରେ ପହଞ୍ଚି ଦେଖିବା ବେଳକୁ ଯୁବକଙ୍କର ଶରୀରର କଳା ପଡ଼ି ଧୂଆଁ ବାହାରି ତଳେ ଟଳି ପଡ଼ିଥିଲା । ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।  

   Related Posts