ସ୍ତ୍ରୀ ପାଇଁ ଭଜା ଭାଜିବା ହେଲା କାଳ, ଗ୍ଯାସ୍ ଚୁଲାରୁ ନିଆଁ ଲାଗି ସ୍ବାମୀ ଗୁରୁତର

Published By : Prameya-News7 Bureau | October 10, 2021 IST

ଆନନ୍ଦପୁର, ୧୦/୧୦: ଘଷିପୁରା ଥାନା ଆଦିବାସୀ ଅଞ୍ଚଳ ଦରଖୋଳା ଗ୍ରାମରେ ଘଟିଛି ଅଘଟଣ । ଗ୍ଯାସ୍ ଚୁଲାରୁ ନିଆଁ ଲାଗି ଗାଁର ଟୋରାମ ତପନ ନାମକ ବ୍ଯକ୍ତି ଗୁରୁତର  ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଟୋରାମଙ୍କ ପତ୍ନୀ ଆଜି କ୍ଷେତକୁ କାମ କରିବାକୁ ଯାଇଥିଲେ । ପତ୍ନିଙ୍କ ପାଇଁ ଖାଇବା ନେବାକୁ ବାହାରିଥିଲେ ଟୋରାମ୍ । ଭାତ ସହ କିଛି ଭଜା ଭାଜି ନେବାକୁ ମନସ୍ଥ କରିଥିବାବେଳେ ଅସାବଧାନତାରୁ ଗ୍ଯାସ୍ ଚୁଲାରୁ ନିଆଁ ଲାଗି ପୋଡି ହୋଇଯାଇଥିଲେ । 

ଦେହରେ ନିଆଁ ଲାଗିବାରୁ କିଛିସମୟ ଅଚେତ ହୋଇ ପଡିରହିଥିଲେ ଟୋରମ । ହୋସ୍ ଆସିବାରୁ ନିଜ ବଡଭାଇଙ୍କୁ ଫୋନ୍ କରିବାରୁ ସେ ତାଙ୍କୁ ଆମ୍ବୁଲାନ୍ସ ସାହାଯ୍ଯରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.