ପ୍ରେମ ବିବାହ ପଡିଲା ମହଙ୍ଗା : ଭଉଣୀ ଓ ଭିଣୋଇଙ୍କୁ ଗୁଳିକରି ହତ୍ୟାକଲା ଭାଇ, ମୃତଦେହକୁ କାଟି କରିଦେଲା ଖଣ୍ଡ ଖଣ୍ଡ

Published By : Prameya-News7 Bureau | September 17, 2019 IST

ତରନତାରନ ୧୭।୯: ୬ମାସ ପୂର୍ବେ ପ୍ରେମ ବିବାହ କରିଥିବା ଦମ୍ପତ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମହିଳାଙ୍କ ସଂପର୍କୀୟ ଭାଇ ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଆହୁରି ୧୦ଜଣ ଲୋକ ମଧ୍ୟ ସାମିଲ ଥିବା ଜଣାପଡିଛି । ଗୁଳି ମାରି ହତ୍ୟା କରିବା ପରେ ମୃତଦେହକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଛନ୍ତି ଦୁର୍ବୃତ୍ତ । ଅନର କିଲିଂର ଏହି ଘଟଣା ପଞ୍ଜାବତରନତାରନ ଜିଲ୍ଲାରେ ଘଟିଛି ।

{"id":158791,"width":579,"height":429}

ସୂଚନାଯୋଗ୍ୟ ଯେ, ତରନତାରନ ଜିଲ୍ଲା ନୌଶହରା ଢାଲା ନିବାସୀ ନାରିନ୍ଦର ସିଂହଙ୍କ ସୂଚନା ଅନୁସାରେ ତାଙ୍କର ୪ ପୁଅ । ସବା ସାନ ପୁଅ ଅମନ ଗହରି ଗାଁର ଅମନପ୍ରିତ କୌରଙ୍କ ସହ ପ୍ରେମ ବିବାହ କରିଥିଲେ । ରବିବାର ଦିନ ଅମନ ତାଙ୍କ ପତ୍ନୀଙ୍କ ସହ ଗୁରୁଦ୍ବାରା ଯାଇଥିଲେ । ଗୁରୁଦ୍ବାରାରେ ପୂଜାର୍ଚ୍ଚନା ସାରି ଫେରିବା ବେଳେ ସେମାନଙ୍କୁ କାରରେ ଥିବା ଅମନପ୍ରିତଙ୍କ ସଂପର୍କୀୟ ଭାଇ ଗୁରପିନ୍ଦର ସିଂହ ଧକ୍କା ଦେଇଥିଲା । ଯାହା ଫଳରେ ସେମାନେ ଗାଡିରୁ ତଳେ ପଡିଯାଇଥିଲେ । ସେମାନେ ତଳେ ପଡିଯିବା ଦେଖି ଗୁରପିନ୍ଦର ବାହାରକୁ ବାହାରି ଆସି ସେମାନଙ୍କ ଉପରେ ଅଖିବୁଜା ଗୁଳା ଚାଳନା କରିଥିଲେ । ଯାହା ଫଳରେ ସେମାନଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏତିକିରେ ଗୁରପିନ୍ଦରର ମନ ଶାନ୍ତି ହୋଇନଥିଲା । ସେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଉଭୟଙ୍କ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରିଦେଇଥିଲା । ଏ ସବୁରେ ତାକୁ ୧୦ଜଣ ସାହାର୍ଯ୍ୟ ମଧ୍ୟ କରିଥିଲେ ।

{"id":158792,"width":572,"height":424}

ଗୁରୁଦ୍ବାରାରେ ପୂଜାର୍ଚ୍ଚନା ସାରି ଫେରିବା ବେଳେ ସେମାନଙ୍କୁ କାରରେ ଥିବା ଅମନପ୍ରିତଙ୍କ ସଂପର୍କୀୟ ଭାଇ ଗୁରପିନ୍ଦର ସିଂହ ଧକ୍କା ଦେଇଥିଲା । ଯାହା ଫଳରେ ସେମାନେ ଗାଡିରୁ ତଳେ ପଡିଯାଇଥିଲେ । ସେମାନେ ତଳେ ପଡିଯିବା ଦେଖି ଗୁରପିନ୍ଦର ବାହାରକୁ ବାହାରି ଆସି ସେମାନଙ୍କ ଉପରେ ଅଖିବୁଜା ଗୁଳା ଚାଳନା କରିଥିଲେ । ଯାହା ଫଳରେ ସେମାନଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏତିକିରେ ଗୁରପିନ୍ଦରର ମନ ଶାନ୍ତି ହୋଇନଥିଲା । ସେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଉଭୟଙ୍କ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରିଦେଇଥିଲା । ଏ ସବୁରେ ତାକୁ ୧୦ଜଣ ସାହାର୍ଯ୍ୟ ମଧ୍ୟ କରିଥିଲେ ।

{"id":158793,"width":578,"height":428}

ଏହାପରେ ହତ୍ୟାକାଣ୍ଡ ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସର ସୂଚନା ଅନୁସାରେ ଗୁରପିନ୍ଦରଙ୍କ ସହ ତାର ସହଯୋଗୀମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଚିହ୍ନଟ କରାଯାଇସାରିଛି । ଅନ୍ୟ ୬ଜଣଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

{"id":158794,"width":578,"height":428}

ସୂଚନା ଅନୁସାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି । ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରାଯାଉଛି । ଗୁରପିନ୍ଦର ନାଁରେ ଆଗରୁ ମଧ୍ୟ ବହୁ ଅପରାଧିକ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.