Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ପିଜ୍ଜା ପାଇଁ ରାକ୍ଷସ ସାଜିଲା ବାପ, ନିଜ ୬ ମାସର ପୁଅକୁ ମାରିଦେଲା କଚାଡି

2/12/2021 at 8:59 AM

ନୂଆଦିଲ୍ଲୀ ୦୨/୧୧: ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ନିଜ ପିଲାକୁ ହତ୍ୟା କରିଛି, ତାହା ପୁଣି ସାମାନ୍ୟ ପିଜ୍ଜା ପାଇଁ। ଭୁଲ୍ ପିଜ୍ଜା ଡେଲିଭରୀ ହୋଇଥିବା ଦେଖି ସେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ହରାଇ ବସିଥିଲା। ପ୍ରଥମେ ସେ ନିଜ ପତ୍ନୀକୁ ଅତି ନିର୍ମମ ଭାବରେ ପିଟିଥିଲା, ତା’ପରେ ପିଲାଟିକୁ କଚାଡି ହତ୍ୟା କରିଥିଲା।

ସୂଚନା ଅନୁଯାୟୀ, ଭିକ୍ଟୋରିଆ ବାସିନ୍ଦା ଇଭାଣ୍ଡର ୱିଲସନ ଏବଂ ପତ୍ନୀ ଚେଲ୍ସ ସ୍ମିଥ। ଚେଲ୍ସଙ୍କ ଅନୁଯାୟୀ, ଇଭାଣ୍ଡର ପିଜା ଅର୍ଡର କରିଥିଲା। ପିଜା ପହଞ୍ଚିବା ପରେ ଭୁଲ୍ ପିଜ୍ଜା ଡେଲିଭରୀ ଏବଂ ଏଥିରେ କୌଣସି କୋଲ୍ଡ ଡ୍ରିଙ୍କ ବୋତଲ ନଥିବା ଦେଖି ସେ ଭୀଷଣ ରାଗିଯାଇଥିଲା । ଏହା ପରେ ସେ ଚେଲ୍ସକୁ ମାରିବା ଆରମ୍ଭ କଲା। ନିଷ୍ଠୁର ବ୍ୟକ୍ତି, ନିଜ ପତ୍ନୀର କେଶକୁ ଟାଣି ନେଇ ମୁହଁରେ ମାଡ ମାରିଥିଲା। ତଥାପି ଏତିକିରେ ସେ ଶାନ୍ତ ହୋଇନଥିଲା। ଏହା ପରେ ସେ ନିଜର ୬ ମାସର ପୁଅକୁ ଉଠାଇ କଚାଡିବାକୁ ଲାଗିଲା। ସେ ଦୀର୍ଘ ସମୟ ଧରି ଏହା କରିଥିଲା, ଯାହାଫଳରେ ଶିଶୁର ମୁଣ୍ଡ ତଳେ ପିଟି ହୋଇ ତାର ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣା ପରେ ଶିଶୁର ମା ଚେଲ୍ସ ସ୍ମିଥ୍ ଦୁଇ ସପ୍ତାହ ଚୁପ୍ ରହିଲେ, ପରେ ସାହସ କରି ପୁରା ଘଟଣା ପୋଲିସକୁ ଜଣାଇଲେ। ଶିଶୁ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ କୋର୍ଟ ତାକୁ ଜେଲକୁ ପଠାଇଛନ୍ତି।

   Related Posts