ବିଚ୍ ରାସ୍ତାରେ ଯୁବକଙ୍କୁ ହମଲା: ହାତୁଡିରେ ପିଟିପିଟି ଭାଙ୍ଗିଦେଲେ ଗୋଡ, ଭିଡିଓ ଭାଇରାଲ

Published By : Prameya-News7 Bureau | December 07, 2021 IST

ଫରିଦାବାଦ ୦୭/୧୨ : ହରିୟାଣା ଫରିଦାବାଦର ଏକ ଲୋମହର୍ଷଣକାରୀ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ୩ ଜଣ ମିଶି ଜଣେ ଯୁବକଙ୍କୁ ବାଡ଼ି ଓ ହାତୁଡିରେ ନିର୍ମମ ଭାବେ ପିଟି ଚାଲିଛନ୍ତି। ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଉ ଜଣକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛି। ଗିରଫ ଦୁଇ ଅଭିଯୁକ୍ତ ଲଳିତ ଓ ପ୍ରଦୀପ ଚନ୍ଦିଲା ଗାଁର।

କାରରେ ଯାଉଥିବା ୩ ଯୁବକ ସେକ୍ଟର-୨୧ ଡି ଅଞ୍ଚଳର ଅନଖୀର ଛକ ପାଖରେ ବାଇକରେ ଯାଉଥିବା ଜଣେ ଯୁବକକୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ତାପରେ ତାଙ୍କୁ ପିଟି ଗୋଡ ଭାଙ୍ଗି ଦେଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଚ ରାସ୍ତାରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଛି। ପୁରୁଣା ଶତ୍ରୁତାକୁ ନେଇ ଯୁବକଙ୍କୁ ହମଲା କରାଯାଇଥିବା କୁହାଯାଉଛି।

ପୋଲିସ କହିଛି ଯେ ପୀଡିତ ମନୀଷଙ୍କୁ ୨୦୨୦ ରେ ପ୍ରଦୀପଙ୍କ ଭାଇ ଯୋଗେଶ ସହ ଏନଆଇଟି ଥାନା ଅଞ୍ଚଳରେ ମାରପିଟ କରିଥିଲେ। ଏନଆଇଟି ଥାନାରେ ଏନେଇ ମାମଲା ରୁଜ୍ଜୁ ହୋଇଛି। ଏହାର ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ସୋମବାର ଦିନ ମନୀଷଙ୍କୁ ମାରପିଟ କରିଛନ୍ତି।

ମଣିଷ ଡ୍ୟୁଟିକୁ ଯିବାବେଳେ ଅଭିଯୁକ୍ତମାନେ ତାଙ୍କୁ ମାରପିଟ କରିଛନ୍ତି। ଏନଆଇଟି ଥାନାରେ ଲଳିତ, ପ୍ରଦୀପ ଓ ସଚିନ ବିରୋଧରେ ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରରେ ହମଲା କରିବା ଆଦି ସଂଗୀନ ଧାରାରେ ମାମଲା ରୁଜ୍ଜୁ ହୋଇଛି। ଦୁଇ ଗିରଫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚୁରା କରୁଛି।

wp:embed {"url":"https://twitter.com/TimesNow/status/1467784817529876484","type":"rich","providerNameSlug":"twitter","responsive":true}
https://twitter.com/TimesNow/status/1467784817529876484
/wp:embed

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓରେ ଯୁବକଙ୍କୁ ଲୁହା ରଡ଼, ହାତୁଡିରେ ମାରୁଥିବା ନଜର ଆସିଛି। ପୂର୍ବରୁ ହାତୁଡି ଗ୍ୟାଙ୍ଗ ସହରରେ ଏହିଭଳି ବର୍ବରତା କରୁଥିଲା। ସେକ୍ଟର-୧୦ ରେ ମଧ୍ୟ ଏହିଭଳି ଏକ ଗ୍ୟାଙ୍ଗର ମାମଲାର ଖୁଲାସା କରିଥିଲା ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.