Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମଣିଷ ପଣିଆ ଆଗରେ ହାରମାନିଗଲା ଧର୍ମ: ପ୍ଲାଜମା ଦାନ କରିବାକୁ ରୋଜା ଭାଙ୍ଗିଲେ ମୁସଲିମ୍ ଯୁବକ

17/04/2021 at 11:04 AM

ରାଜସ୍ଥାନ ୧୭/୪: କରୋନା କାଳରେ କେଉଁଠି ମାନବିକତା ହାରିଯାଉଛି ତ କେଉଁଠି ଜୀବନ ବାଜି ଲାଗିଯାଉଛି । ମହାମାରୀ ପାଇଁ ଅନେକ ସ୍ଥାନରେ କରୁଣ ଦୃଶ୍ୟ ବି ନଜରକୁ ଆସିଛି । ହେଲେ ଏବେ ରାଜସ୍ଥାନ ଉଦୟପୁରରୁ ଆସିଛି ମଣିଷ ପଣିଆର ବାର୍ତ୍ତା ।

କରୋନା ରୋଗୀଙ୍କୁ ଜୀବନ ଦେବାକୁ ନିଜର ଧର୍ମକୁ ବି ଭୁଲି ଯାଇଛନ୍ତି ଜଣେ ମୁସଲମାନ୍ ସମ୍ପ୍ରଦାୟର ଯୁବକ । ଯାହାକି ପ୍ରମାଣ କରିଦେଇଛି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ଉଦୟପୁରରେ ଜଣେ ସିଭିଲ କଣ୍ଟ୍ରାକ୍ଟର ଅକିଲ ମସୁରୀ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ବୁଧବାର ଜଣେ କରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ନିଜର ଧର୍ମକୁ ବି ଭୁଲି ଯାଇଛନ୍ତି ।

ଅର୍ଥାତ ନିଜର ରୋଜା ବ୍ରତକୁ ଭାଙ୍ଗିବାକୁ ବି ପଛାଇନଥିଲ । ସୂଚନା ଥାଉକି ସେ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଜଣେ ମହିଳାଙ୍କ A+ ବ୍ଲଡ ଗ୍ରୁପ ପ୍ଲାଜମା ଦରକାର ହେଉଛି । ଏହା ଶୁଣିବା ପରେ ସେ ବିନା ଦ୍ୱିଧାରେ ଆଗେଇ ଆସିଥିଲେ ପ୍ଲାଜମା ଦାନ କରିବାକୁ । ଆଉ ଖୁସି ଖୁସି ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦେଇ ମହିଳାଙ୍କୁ ଦେଇଥିଲେ ନୂଆ ଜୀବନ । କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କର ରୋଜା ଭାଙ୍ଗିବାକୁ ପଡିଥିଲା । ସେ କହିଛନ୍ତି ଜଣେ ମଣିଷ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି । ତେବେ ମୁ ମୋ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛି ମହିଳା ଜଣଙ୍କ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ସେପଟେ ଯୁବକଙ୍କ ଏମିତି ନିହତ କାର୍ଯ୍ୟ ପରେ ସବୁଠି ପ୍ରଶଂସା କରାଯାଉଛି । ଏଠାରେ କହିରଖୁଛୁ ଗତ ୨୦୨୦ ସେପ୍ଟେମ୍ୱର ମାସରେ କରୋନାରୁ ଠିକ୍ ହୋଇଥିଲେ । ଏହାପରେ ସେ ୩ ଥର ପ୍ଲାଜମା ଦେବା ସହ ୧୭ ଥର ରକ୍ତଦାନ କରିସାରିଛନ୍ତି ।

   Related Posts