Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରାସ୍ତା କଡରେ ଛିଡା ହୋଇଥିଲା ଇନୋଭା କାର୍: ଡୋର୍ ଖୋଲି ପୋଲିସ ଯାହା ଦେଖିଲା ଚକିତ ହୋଇଗଲା

11/09/2020 at 6:22 PM

ବରେଲୀ ୧୧/୦୯ : ଉତ୍ତର ପ୍ରଦେଶ ବରେଲୀ ପ୍ରେମନଗର ଥାନା ପଛପଟେ ନରକୁଲାଗଂଜ ରୋଡ଼ରେ ଗୁରୁବାର ଦିନ ସନ୍ଧ୍ୟାରେ ଏକ ବନ୍ଦ ଇନୋଭା କାରରୁ ଜଣେ ଯୁବକଙ୍କ ଶବ ଜବତ ଜାରିଥିଲା | ଏହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ମୃତକଙ୍କ କାନରୁ ରକ୍ତସ୍ରାବ ହେଉଥିଲା | ସୂଚନା ମିଳିବା ପରେ ପୋଲିସ ଓ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ | ଯାଞ୍ଚ ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ପୋଲିସ ଘଟଣାତା ତଦନ୍ତ ଜାରି ରଖିଛି |

ସୂଚନା ଅନୁଯାୟୀ, ପ୍ରେମନଗର ଥାନା ପଛପଟେ ନରକୁଲାଗଂଜ ରୋଡ଼ ଦେଇ ଯାଉଥିବା ଚିତା ମୋବାଇଲ ଗାଜିଆବାଦ ନମ୍ବରର ଏକ ଇନୋଭା କାର୍ ଛିଡା ହୋଇଥିବା ଦେଖିଥିଲା | ପୋଲିସ ପାଖକୁ ଆସି ଉଣ୍ଡି ଦେଖିଥିଲା | ଡ୍ରାଇଭର୍ ସିଟ୍ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିଥିଲା | ସୂଚନା ପାଇବା ପରେ ଏସ୍‌ଏସ୍‌ପି ସତ୍ୟ ନାରାୟଣ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା | ଫରେନସିକ୍ ଟିମ୍ ଡାକି ଗାଡିର ଯାଞ୍ଚ ପରେ ଶଵ ବାହାର କରାଯାଇଥିଲା | ମୃତକଙ୍କ କାନରୁ ରକ୍ତସ୍ରାବ ହେଉଥିଲା ଓ ତାଙ୍କ ହାଟ ଗାଡିର ହ୍ୟାଣ୍ଡବ୍ରେକରେ ଥିଲା |

ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ ହ୍ୟାଣ୍ଡବ୍ରେକ୍ ଦେଇ ରହିଯାଇଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି | ଗାଡି ତଦନ୍ତ ସମୟରେ ମୃତକଙ୍କ ଆଇଡି ଓ ଆଧାର କାର୍ଡ ମିଳିଥିଲା | ଏହାପରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା | ମୃତକଙ୍କ ଭାଇ କହିଛନ୍ତି ଯେ ସେ ଏମବିଏ କରିଥିଲେ ଏବଂ ଚାକିରୀ ହେଉନଥିବାରୁ ଚିନ୍ତିତ ଥିଲେ | ସେ କାର ନେଇ ନିଜ ବଡ ଭାଇଙ୍କ ପାଖକୁ ପିଲିଭିତ ଯାଉଥିବା ଘରଲୋକ କହିଛନ୍ତି |

   Related Posts