Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

‘ସବୁଦିନ ତୁମେ ଟେନସନରେ ରହୁଛ, କଥା ହୁଅ ଶାନ୍ତି ଦେବି’, ଏମିତି କହି ବୟସ୍କଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବତୀ, ବ୍ଲାକମେଲିଂ କରି ମାଗିଲେ ଫ୍ଲାଟ୍…

28/02/2021 at 10:15 AM

ଭୁବନେଶ୍ୱର,୨୮/୦୨: ସୁନ୍ଦରୀଙ୍କ ଜାଲରେ ବୟସ୍କ ବ୍ୟକ୍ତି । ଶାନ୍ତି ଦେବେ କହିଲେ । କଥା ଆଗକୁ ବଢିଲା । ଉଭୟ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଲେ । ଶେଷରେ ବ୍ଲାକମେଲିଂ କଲେ ଯୁବତୀ । ପ୍ଲାଟ୍ ନିଜ ନାଁରେ କରିବାକୁ କହିଲେ । ଏପରିକି କଥା ନଶୁଣିଲେ ଦୁଷ୍କର୍ମ ଅଭିଯୋଗ ଆଣିବେ କହିଲେ । ଏପରି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟିକେ ଶୁଣ…କ’ଣ ହୋଇଛି ତୁମର… । ସବୁଦିନ ତୁମେ ଟେନ୍‌ସନ୍‌ରେ ରହୁଛ । ପ୍ରତିଦିନ ତୁମ ଘର ଭିତରୁ ପାଟି ଶୁଭୁଛି । ଅଶାନ୍ତିରେ ରହୁଛ । ମୋ’ ସହ କଥା ହୁଅ… । ମୁଁ ତୁମକୁ ଶାନ୍ତି ଦେବି । ଏମିତି ଜଣେ ବୟସ୍କଙ୍କୁ ପ୍ରଥମେ ଚିକଣିଆ କଥା କହିଥିଲେ ୩୦ ବର୍ଷୀୟା ଯୁବତୀ । ଫୁସୁଲାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ମଉକା ଦେଖି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ଏବେ ବ୍ଲାକ୍‌ମେଲିଂ କରୁଛନ୍ତି । ଦାବି ମୁତାବକ ଟଙ୍କା ନମିଳିଲେ ଥାନାରେ ଦୁଷ୍କର୍ମ ଅଭିଯୋଗ କରିବେ ବୋଲି ଧମକ ଦେଉଛନ୍ତି । ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ପୋଲିସ ନିକଟରେ ପହଁଚିଛି । ସଂପୃକ୍ତ ବ୍ୟକ୍ତିଙ୍କ ସମ୍ମାନ ହାନି ହେବା ଆଶଙ୍କାରେ ପୋଲିସ୍‌ ତାଙ୍କ ପରିଚୟ ଗୁପ୍ତ ରଖିଛି ।

ସୂଚନା ଅନୁସାରେ, କଟକ ରୋଡ୍‌ର ଏକ ଆପାର୍ଟମେଣ୍ଟରେ ୨ ପିଲା ଓ ପତ୍ନୀଙ୍କ ସହ ରହୁଛନ୍ତି ବ୍ୟବସାୟୀ ବିକ୍ରମ (ଛଦ୍ମନାମ, ୫୩ ବର୍ଷ) । ବିକ୍ରମ୍‌ଙ୍କ ଫ୍ଲାଟ୍‌ ସମ୍ମୁଖରେ ଭଡ଼ା ନେଇ ରହିବା ସହ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି ଜୁଲି (ଛଦ୍ମନାମ, ୩୦ ବର୍ଷ) । ଜୁଲିଙ୍କ ଅଫିସ୍‌ ସରିବା ପରେ ତାଙ୍କ କାମ ହେଲା ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟିବା । ତେବେ ଏହି ସମୟରେ ସେ ଦେଖିଲେ ବିକ୍ରମ୍‌ଙ୍କ ଘରେ ସବୁଦିନ ପାଟିତୁଣ୍ଡ ହେଉଛି । ବିକ୍ରମ ଘରୁ ବେଳେ ବେଳେ ରାଗି ବାହାରକୁ ପଳାଇ ଯାଉଛନ୍ତି । ଏହାପରେ ଜୁଲି ଟାର୍ଗେଟ୍‌ କରିଥିଲେ ବିକ୍ରମ୍‌ଙ୍କୁ । ତାଙ୍କ ସହ କଥା ହୋଇ ଫୋନ୍‌ ନମ୍ବର ଆଣିଥିଲେ । ବିଳମ୍ବିତ ରାତିରେ ତାଙ୍କୁ ମେସେଜ୍‌ କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ।

ହଠାତ୍‌ ଦିନେ ବିଳମ୍ବିତ ରାତିରେ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟର ଖୁବ୍‌ ଜୋର ପାଟିତୁଣ୍ଡ ହୋଇଥିଲା । ବିକ୍ରମ୍‌ ଘରୁ ବାହାରକୁ ପଳାଇ ଆସିଲେ । ଏହି ସମୟରେ ଜୁଲି ତାଙ୍କୁ ଫୋନ୍‌ କରି ନିଜ ଘରକୁ ଡାକିଥିଲେ । ବିକ୍ରମଙ୍କୁ ଶାନ୍ତି କରିବାକୁ ଅନେକ କଥା ବୁଝାଇ ଥିଲେ । ସେହି ରାତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ରହିଥିଲା । ବିକ୍ରମ୍‌ ଜୁଲି ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଅନେକ ଉପହାର ଦେଇଥିଲେ । ଏହା ଭିତରେ ବିକ୍ରମ୍‌ଙ୍କ ଅଜାଣତରେ ଜୁଲି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ଦେଇଥିଲେ । ବିକ୍ରମ୍‌ କେତେ ଟଙ୍କାର ମାଲିକ ତାହାର ତଥ୍ୟ ସଂଗ୍ରହ କରିଥିଲେ ।

ହଠାତ୍‌ ଦିନେ ଜୁଲି ବିକ୍ରମ୍‌ଙ୍କୁ ଫୋନ୍‌ କରି କହିଥିଲେ, ତୁମ ଫ୍ଲାଟ୍‌ ଯଦି ମୋ ନାଁରେ ନକରିବ ତେବେ ତୁମ ନାଁରେ ମୁଁ ଦୁଷ୍କର୍ମ ମାମଲା କରିବି । ଖାଲି ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ପଠାଇ ଥିଲେ । ଉକ୍ତ ଭିଡିଓକୁ ପରିବାର ଲୋକଙ୍କ ପାଖକୁ ପଠାଇ ଦେବେ ବୋଲି ଧମକ ଦେଇଥିଲେ । ବିକ୍ରମ୍‌ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ଜୁଲି ଫ୍ଲାଟ୍‌ ବଦଳରେ ୨୫ ଲକ୍ଷ ଟଙ୍କା ମାଗିଥିଲେ । ବିକ୍ରମ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ ।

 ଏହାପରେ ଜୁଲି ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କୁ ଭେଟି ଘଟଣା ବିଷୟରେ ଜଣାଇବା ସହ ସବୁ ତଥ୍ୟ ପ୍ରମାଣ ଦେଇଥିଲେ । ଦୁଷ୍କର୍ମ ଦଫା ଲଗାଇ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ୍‌ ଜାଣିବାକୁ ପାଇଥିଲା ଜୁଲି ତାଙ୍କ ଇଚ୍ଛାରେ ବିକ୍ରମଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଏହାପରେ ପୁଲିସ୍‌ ବିକ୍ରମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଜାଣିବାକୁ ପାଇଛି ଏହା ଏକ ରାକେଟର କାମ । ବିଭିନ୍ନ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶରିରୀକ ସମ୍ପର୍କ ରଖୁଛନ୍ତି । ତା’ପରେ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟନ୍ତି । ଆହୁରି ଅନେକ ବ୍ୟକ୍ତି ଲୋକ ଲଜ୍ଜା ଭୟରେ ଏତଲା ଦେବାକୁ କେହି ଆଗକୁ ଆସୁନଥିବା ପୋଲିସ କହିଛି ।

   Related Posts