Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଛାତ କଣା କରି ଘରେ ପଡ଼ିଲା ଉଲ୍‌କା ପିଣ୍ଡ, କେଇ ମିନିଟ୍‌ରେ କୋଟିପତି ହୋଇଗଲେ ଯୁବକ

18/11/2020 at 5:50 PM

ନୂଆଦିଲ୍ଲୀ ୧୮/୧୧: ଉପରବାଲା ଯେତେବେଳେ ଦିଏ ଛପର ଫାଡ଼ି ଦିଏ। ଏହା କେବଳ ଏକ ଗୀତ ନୁହେଁ ବରଂ ଜଣେ ଯୁବକଙ୍କ ଜୀବନରେ ଏହା ସତରେ ପରିଣତ ହୋଇଛି। ସତରେ ଘରର ଛାତ ଭାଙ୍ଗିଛି ଓ ଯୁବକ ରାତାରାତି କୋଟିପତି ହୋଇଛନ୍ତି।

ଯୁବକ ଜଣଙ୍କ ନିଜ ଘରେ ରହି କାମ କରୁଥିଲେ। ହଠାତ ଏକ ପଥର ଖଣ୍ଡ ଛାତ କଣା କରି ୧୫ ସେଣ୍ଟି ମିଟର ମାଟି ଭିତରକୁ ପଶି ଯାଇଥିଲା। ଯୁବକଙ୍କୁ ଏନେଇ କିଛି ବୁଝା ପଡ଼ିନଥିଲା। କିନ୍ତୁ ପାଖକୁ ଯାଇ ପଥର ଖଣ୍ଡକୁ ଯୁବକ ଜଣଙ୍କ ଦେଖିବା ପ​‌ରେ ଜାଣିବାକୁ ପାଇଥିଲେ ଏହା ନିହାତି ଏକ ଅଲୌକିକ ପଥର।

ଯୁବକ ଜଣଙ୍କ ଇଣ୍ଡୋନେସିଆର ଜୋଶୁଆ ହୋତାଙ୍ଗୁଲୁଙ୍ଗ । ପଥର ଟିକୁ ଦେଖିବା ପରେ ଜୋଶୁଆ ଆଶ୍ଚର୍ଯ୍ୟ ହୋଇଥିଲେ। ଯଦିଓ ଏହି ପଥର ତାଙ୍କ ଛାତ କଣା କରିଦେଇଥିଲା କିନ୍ତୁ ଏହା ହିଁ ତାଙ୍କ ଜୀବନ ବଦଳାଇ ଦେବ ସେ ଜାଣି ନଥିଲେ। ଉଲ୍‌କା ପିଣ୍ଡଟି ଖୁବ ଉତ୍ତପ୍ତ ଥିଲା ବୋଲି ଜୋଶୁଆ ଜାଣିପାରିଥିଲେ।

ତେବେ ଏନେଇ ଖବର ପ୍ରଚାରିତ ହୋଇଯିବା ପରେ ପଥରର ଯାଞ୍ଚ କରାଯାଇଥିଲା। ପଥର ଖଣ୍ଡଟି ୪ ଆରବ ବର୍ଷ ପୁରୁଣା ହୋଇଥିବା ବେଳେ ଗପାନା ପ୍ରଜାତିର ବୋଲି ଜଣାପଡ଼ିଥିଲା। ଏହି ପଥର ଦାମ ପ୍ରତି ଗ୍ରାମ ୮୫୭ ଡଲାର ହୋଇଥିବା ବେଳେ ପୁରା ପଥରର ଦାମ୍‌ ୧୦ କୋଟି ହେବ ବୋଲି ଅନୁମାନ କରାଯାଇଛି।

   Related Posts