Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ପେନ୍‌ସନ୍‌ରୁ ଭାଗ ଦେଲେନି ବୋଲି ୯୦ ବର୍ଷୀୟା ପତ୍ନୀଙ୍କୁ ବଙ୍କୁଲି ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ବାମୀ

3/11/2020 at 10:36 PM

ହାଇଦ୍ରାବାଦ ୩/୧୧: ଲୋଭ ପାଇଁ ନିଜ ସ୍ତ୍ରୀକୁ ବଙ୍କୁଲି ବାଡ଼ିରେ ପିଟି ପିଟି ହତ୍ୟା କଲା ବୃଦ୍ଧ। ୯୨ ବର୍ଷୀୟ ବୃଦ୍ଧ ନିଜ ୯୦ ବର୍ଷୀୟା ପତ୍ନୀକୁ ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା​‌ରେ ଘଟିଛି । ତେବେ ଅଭିଯୁକ୍ତ ବୃଦ୍ଧକୁ ପୋଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ୟାଲାଭାରୁ ଜିଲ୍ଲା​‌ରେ ରୁହନ୍ତି ଏଫାରାୟାମା ଓ ତାଙ୍କ ସ୍ବାମୀ ମାନ୍ଦେ ସାମିଏଲୁ । ଏଫାରାୟାମାଙ୍କୁ ୯୦ ବର୍ଷ ହୋଇଥିବା ବେଳେ ସାମିଏଲୁଙ୍କୁ ୯୨ ବର୍ଷ। କିନ୍ତୁ ୧୦ ବର୍ଷ ହେଲା ଉଭୟ ଅଲଗା ରହୁଥିବା ବେଳେ ସେମାନଙ୍କ ୩ ଝିଅ ଓ ୩ ପୁଅ ନିଜ ନିଜ ପରିବାର ସହ ରହୁଛନ୍ତି। ରାଜ୍ୟ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଅନୁସାରେ ପରିବାର ଜଣଙ୍କୁ ୨୨୫୦ ଟଙ୍କା ମିଳେ। ଏହି ଟଙ୍କା ଏଫାରାୟାମାଙ୍କୁ ମିଳୁଥିଲା। କିନ୍ତୁ ଏହି ପେନସନ୍‌ ଟଙ୍କା ସ୍ବାମୀ ସ୍ତ୍ରୀ ଭାଗ କରି ନେଉଥିଲେ।

ରବିବାର ସନ୍ଧ୍ୟାରେ ବୃଦ୍ଧାଙ୍କୁ ୨୦୦ ଟଙ୍କା ମାଗିବାକୁ ଯାଇଥିଲେ ସାମିଏଲୁ। କିନ୍ତୁ ବୃଦ୍ଧା ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ପରେ ସାମିଏଲୁ ଫେରିଆସିଥିଲେ। ପୁଣି ସୋମବାର ସକାଳେ ସାମିଏଲୁ ଟଙ୍କା ମାଗିବାକୁ ଯାଇ ନିରାଶ ହେବାରୁ ନିଜର ୯୦ ବର୍ଷୀୟା ସ୍ତ୍ରୀଙ୍କ ମୁଣ୍ଡକୁ ନିଜ ବଙ୍କୁଲି ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ। ଏନେଇ ନିଜ ବଡ଼ ପୁଅକୁ କହିଥିଲେ ବୃଦ୍ଧ। କିନ୍ତୁ ବଡ଼ ପୁଅ ଏକଥାକୁ ବିଶ୍ବାସ ନକରି ନିଜ କାମରେ ପଳାଇଥିଲେ।

ବୃଦ୍ଧାଙ୍କ ପଡ଼ୋଶୀ ଜାଣିବାକୁ ପାଇଥିଲେ ସେ ମୃତ୍ୟୁବରଣ କରିଛନ୍ତି। ଏନେଇ ପୋଲିସରେ ଖବର ଦେଇଥିଲେ ପଡ଼ୋଶୀ। ପୋଲିସ ପହଞ୍ଚି ଛାନଭିନ୍‌ କରିବା ସହ ବଡ଼ ପୁଅର ବୟାନ କ୍ରମେ ବୃଦ୍ଧଙ୍କୁ ଗିରଫ କରିଛି। ତେବେ ବୃଦ୍ଧଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା କହିଛନ୍ତି ସୁନ୍ଦୁରୁ ଥାନା ଅଧିକାରୀ ରମେଶ ବାବୁ।  

   Related Posts