ଘରୋଇ କଳହର କରୁଣ ପରିଣତି : ସରପଞ୍ଚ ବାପାର ଠେଙ୍ଗା ମାଡରେ ପୁଅ ମୃତ

Published By : Prameya-News7 Bureau | March 16, 2019 IST

ଭବାନୀପାଟଣା ୧୬|୩ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି । ବାପାର ଠେଙ୍ଗା ମାଡରେ ପୁଅର ମୃତ୍ୟୁ ହୋଇଛି । ଅଭିଯୁକ୍ତ ସରପଞ୍ଚ ବାପାକୁ ପୋଲିସ ଅଟକ ରଖିଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

{"id":94077}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗାଈ ଗାଁର ବୋରିଙ୍ଗପଦରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜମି ଭାଗବଣ୍ଟାକୁ ନେଇ ବାପା ଟୋପିମଣି ସାହୁ ଓ ପୁଅ ସନ୍ତୋଷ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଏପରି ଉଗ୍ର ରୂପ ନେଲା ଯେ, ବାପା ଟୋପିମଣି ପୁଅ ସନ୍ତୋଷକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ସନ୍ତୋଷ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନେବାବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ଟୋପିମଣିକୁ ପୋଲିସ ଅଟକ ରଖିଛି । ଅଭିଯୁକ୍ତ ଟୋପିମଣି ଫଟକାମାଲ ପଞ୍ଚାୟତର ସରପଞ୍ଚ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.